ଯାଜପୁର: ଯାଜପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିର କରୁଣ ପରିଣତିର ଏକ ଉଦାହରଣ ଦେଖିବାକୁ ମିଳିଛି। ପତ୍ନୀ ଓ ପତ୍ନୀଙ୍କ ପ୍ରେମିକର ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ୱାମୀ। ଉଭୟଙ୍କ ଗଳା କାଟି ଥିବା ବେଳେ ପ୍ରେମିକଙ୍କର ଗୁପ୍ତାଙ୍ଗ କାଟି ଦେଇଛନ୍ତି ସ୍ୱାମୀ।
ଯାଜପୁର ସଦର ଥାନା ମାଳହାଟ ନିକଟରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇଯାଇଥିଲେ।
ମହିଳା ଜଣକ ଏକ ବର୍ଷ ହେବ ପ୍ରେମକଙ୍କ ସହ ରହୁଥିଲେ। ମହିଳା ଏବଂ ତାଙ୍କ ପ୍ରେମିକ ପ୍ରଶାନ୍ତ ନାଥଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ସ୍ୱାମୀ କୋରେଇ ଜାରଦା ଗାଁର ମନୋଜ କୁମାର ମହାନ୍ତି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ମହିଳା ଜଣକ ତାଙ୍କ ପ୍ରଥମ ସ୍ୱାମୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ କରିଥିଲେ।
Jajpur | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/10/husband-tried-to-murder-wife-and-her-lover-by-slitting-their-throats-cutting-off-lovers-private-parts-2025-07-10-08-46-05.jpg)