କୋକସରା : କୋକସରା ବ୍ଲକ୍ ଆମପାଣି ଥାନା ବଡ଼କେନ୍ଦୁଗୁଡ଼ା ଗାଁରେ ଶୁକ୍ରବାର ଜଣେ ବିବାହିତା ମହିଳା ଚନ୍ଦ୍ରିକା ପୁଝାରୀ(୩୦ବର୍ଷ)ଙ୍କ ମୃତଦେହ ବନ୍ଦ କୋଠରିରୁ ପୁଲିସ ଉଦ୍ଧାର କରିଥିଲା। ଏହାକୁ ନେଇ ମୃତା ଚନ୍ଦ୍ରିକାଙ୍କ ବାପା ଶଶିଭୂଷଣ ମାଝୀ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ କରିଥିଲା। ଏହି ମାମଲାରେ ମୃତା ଚନ୍ଦ୍ରିକାଙ୍କ ସ୍ୱାମୀ ଟଙ୍କଧର ପୁଝାରୀ (୩୫)ଙ୍କୁ ପୁଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇଦିଆଯାଇଛି ବୋଲି ଆମପାଣି ଥାନା ଅଧିକାରୀ ପୁଷ୍ପାଞ୍ଜଳି ନିଙ୍ଗି ସୂଚନା ଦେଇଛନ୍ତି।
ବନ୍ଦ କୋଠରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ହତ୍ୟା ଅଭିଯୋଗରେ ଜେଲ ଗଲା ସ୍ୱାମୀ
/sambad/media/post_attachments/wp-content/uploads/2021/03/kalahandi-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)