ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରଜରାଜନଗର ପୌରାଞ୍ଚଳର ରାମପୁର ପଞ୍ଜାବୀ ଧୌଡ଼ାରେ ନିଆଁରେ ଲାଗିବାରୁ ସ୍ୱାମୀ- ସ୍ତ୍ରୀ ଜିଅନ୍ତା ଜଳିଯାଇଛନ୍ତି। ଏହାଫଳରେ ଉଭୟଙ୍କର ମୃତ୍ୟୁ ଘଟିଛି।

Advertisment

ଏହି ଦୁର୍ଘଟଣା ସକାଳ ସାଢ଼େ ୮ଟା ସମୟରେ ଘଟିଛି। ମୃତ ବ୍ୟକ୍ତିଙ୍କର ନାମ ଗିରିବର ଦାସ (୪୫) ବୋଲି ଜଣାପଡ଼ିଛି। ପଡ଼ୋଶୀମାନଙ୍କର କହିବା ଅନୁସାରେ ଗିରିବରଙ୍କର ପତ୍ନୀ କୋଇଲା ଚୁଲି ଘରକୁ ନେବା ସମୟରେ ପିନ୍ଧିଥିବା କପଡ଼ାରେ ନିଆଁ ଲାଗିଯାଇଥିଲା। ଏଥିରେ ଭୟଭୀତ ହୋଇ ସେ ଚୁଲିଟିକୁ ଫୋପାଡ଼ି ଦେଇଥିଲେ।  କିନ୍ତୁ  ନିଆଁରେ ଜଳିଯାଇଥିଲେ ଗିରିବରଙ୍କ ପତ୍ନୀ। ତାଙ୍କୁ ବଞ୍ଚାଇବାକୁ ଯାଇ ଗିରିବର ମଧ୍ୟ  ଜଳିଯାଇଥିଲେ।

ନିକଟରେ ଥିବା ପେଟ୍ରୋଲ୍ ଭଳି କୌଣସି ପଦାର୍ଥରେ କୋଇଲା ଚୁଲିର ନିଆଁ ଲାଗିଯିବାରୁ ଘର ଭିତରର ଥିବା ବହୁ ଜିନିଷ ପତ୍ର ବି ଜଳିଯାଇଛି। ତେବେ ଆଜବେଷ୍ଟସ୍ ଘର ହୋଇଥିବାରୁ ତାହା ଜଳିନାହିଁ। ଏହି ଘଟଣା ଘଟିବା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।