କୋରାପୁଟ : କୋରାପୁଟ ଜିଲ୍ଲାର ସୁନାବେଡ଼ା ସହରରେ ବିଦ୍ୟୁତ୍ ଆଘାତରେ ପତିପତ୍ନୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଏହି ଅଘଟଣ ଘଟିଛି ।
ସୁନାବେଡ଼ାର ପୁଲିସ୍ କଲୋନିରେ ରହୁଥିବା ସୁଧାକର ବିଶ୍ୱାଳଙ୍କ ପତ୍ନୀ ଚଞ୍ଚଳା ଆଜି ସକାଳେ ଗାଧୋଇବା ଲାଗି ପାଣି ଗରମ କରୁଥିଲେ। ସେହି ସମୟରେ ହଠାତ୍ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଏହାପରେ ସେ ଚିତ୍କାର କରିଥିଲେ। ପତ୍ନୀଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ସୁଧାକର ଚେଷ୍ଟା କରିଥିଲେ । କିନ୍ତୁ ଏହି ସମୟରେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।
ମୃତକ ସୁଧାକର ବିଶ୍ୱାଳ ସୁନାବେଡ଼ା ପୌର ପାଳିକାରେ ଟ୍ୟାକ୍ସ କଲେକ୍ଟରଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି । ଘଟଣା ସଂପର୍କରେ ସୂଚନା ପାଇବା ପରେ ସୁନାବେଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସୁଧାକର ଓ ତାଙ୍କ ପତ୍ନୀ ଚଞ୍ଚଳାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ଲାଗି ପଠାଇଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/01/dead8.jpg)
ଅପରପକ୍ଷରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଥିବାର ଖବର ମିଳିଛି।ସୂଚନାଯୋଗ୍ୟ ଗତକାଲି ସେ କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ବଜାରରେ ବିଷ ପିଇଥିଲେ। ତାପରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/electricshock.jpg)