ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ(୩୨) ଏବଂ ବୋହୂ
ସସ୍ମିତା ମହାକୁଡ (୨୮ ) ଗତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମନୋଜ ଓ ସସ୍ମିତା ଗତକାଲି ଖରାବେଳେ ଖାଇସାରି ଘରେ ଶୋଇଥିଲେ। ଅପରାହ୍ଣରେ ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡ଼ିଥିଲେ।

Advertisment

କବାଟ ଖୋଲିବାରୁ ବିଦ୍ୟୁତ ତାରରେ ଦୁଇ ଜଣଙ୍କ ବେକରେ ଗୁଡାଇ ହୋଇଥିବା ଦୁହେଁ ଦେଖିବାକୁ ପାଇଥିଲେ। ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ ଚାର୍ଜ ଥିବା ଜାଣିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଛି।