ଘରେ ଶୋଇଥିବା ଅବସ୍ଥାରେ ବଜ୍ରପାତ; ସ୍ବାମୀ, ସ୍ତ୍ରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଳାର ଗଁଦିଆ ଗ୍ରାମରେ ବଜ୍ରପାତରେ ଦୁଇ ଜଣ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୩ଟା ବେଳେ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ଦେହୁରୀ ସାହିର ହାଡ଼ିବନ୍ଧୁ ନାଏକ, ତାଙ୍କ ପତ୍ନୀ ସୁମିନା ଓ ସେମାନଙ୍କର ଏକ ଛୋଟ ଝିଅ ଗୋଟିଏ ଘରେ ଶୋଇଥିଲେ। ସେହି ସମୟରେ ଶୋଇବା ଘର କାନ୍ଥରେ ବଜ୍ରପାତ ହୋଇଥିଲା। ଏହାର ପ୍ରଭାବରେ ଘରର କିଛି ଅଂଶ ନଷ୍ଟ ହେବା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି।

ସ୍ବାମୀଙ୍କ ମୁଣ୍ଡ ବୁଲାଉଥିବା ବେଳେ ପତ୍ନୀଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ‌ତେବେ ସେମାନଙ୍କ କୁନି ଝିଅଟି ସୁସ୍ଥ ଅଛି। ଉଭୟ ସ୍ବାମୀ ଓ ସ୍ତ୍ରୀ ଏବେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର