କେନ୍ଦ୍ରାପଡ଼ା: ଉଭୟ ସ୍ବାମୀ-ସ୍ତ୍ରୀ କରୋନା ପଜିଟିଭ୍। କିନ୍ତୁ ଚିହ୍ନଟ ପରେ ବି ସେମାନଙ୍କୁ ନିଆଗଲା ନାହିଁ କୋଭିଡ୍ ହସ୍ପିଟାଲ୍। ଘରେ ହୋମ୍ କ୍ବାରାଣ୍ଟିନ୍ରେ ରଖିଲା ପ୍ରଶାସନ। କେନ୍ଦ୍ରାପଡ଼ା ପୌରାଞ୍ଚଳର ଜଇପୁରାରେ ଏଭଳି ଘଟଣା ଦେଖିବାକୁ ମିଳିଛି। କୌଣସି ବ୍ୟକ୍ତି ପଜିଟିଭ୍ ବାହାରିବା ପରେ ଘରେ କ୍ବାରାଣ୍ଟିନ୍ରେ ରଖାଯିବା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ସୋମବାର ରାତିରେ ଏହି ଦମ୍ପତିଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ୧୩ଜଣଙ୍କୁ ଛତାସ୍ଥିତ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଏହି ଦମ୍ପତି ସ˚ଗରୋଧ ନିୟମ ମାନି ରହିଥିବାରୁ ଏବ˚ ସେମାନଙ୍କ କ୍ଷେତ୍ରରେ ଲକ୍ଷଣ ଦେଖିବାକୁ ମିଳି ନଥିବାରୁ ଉଭୟଙ୍କୁ ୧୪ଦିନିଆ ହୋମ୍ କ୍ବାରାଣ୍ଟିନ୍ରେ ରଖାଯାଇଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ପ୍ରଶାସନର ନିରୀକ୍ଷଣରେ ରହିଥିବାରୁ ମେ’ ୨୫ରୁ ଜୁନ୍ ୬ତାରିଖ ପର୍ଯ୍ୟନ୍ତ ବାହାର ଲୋକଙ୍କ ପ୍ରବେଶ ନିଷେଧ ବୋଲି ତାଙ୍କ ଘର ଆଗରେ ଏକ ପୋଷ୍ଟର୍ ମ୍ୟୁନିସିପାଲ୍ଟି ପକ୍ଷରୁ ମରାଯାଇଛି। ଘରେ ଆକ୍ରାନ୍ତ ସ୍ବାମୀ-ସ୍ତ୍ରୀଙ୍କ ସହିତ ତାଙ୍କ ପୁଅ ରହୁଥିବା ଜଣାପଡ଼ିଛି।
ବେଙ୍ଗାଲୁରୁରୁ ପୁଅ ସହିତ ଫେରିବା ପରେ ଗତ ୧୭ତାରିଖରେ ଏହି ଦମ୍ପତି ରାଜନଗର ବନ୍ଧପଡ଼ା ପ˚ଚାୟତର ଫିରିକିଦାଣ୍ତି ହାଇସ୍କୁଲ୍ ସରକାରୀ ସ˚ଗରୋଧ କେନ୍ଦ୍ରରେ ରହିଥିଲେ। ବାପା, ମା’ ଓ ପୁଅ ସେଇଠି ରହିବା ପରେ ୧୯ତାରିଖରେ ସମସ୍ତଙ୍କ ସ୍ବାବ୍ ସ˚ଗ୍ରହ କରାଯାଇଥିଲା। ହେଲେ ୫୬ ବର୍ଷୀୟ ବାପାଙ୍କ ଡାଇବେଟିସ୍ ଏବ˚ ୫୨ ବର୍ଷୀୟ ମା’ଙ୍କ ମେରୁଦଣ୍ତରେ ସମସ୍ୟା ଥିବା ପୁଅ ଦର୍ଶାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜଇପୁରାସ୍ଥିତ ଭଡ଼ା ଘରେ କ୍ବାରାଣ୍ଟିନ୍ରେ ରହିବା ପାଇଁ ପଠାଇ ଦିଆଯାଇଥିଲା। ସେବେଠୁ ସେମାନେ ସ˚ଗରୋଧରେ ରହୁଥିଲେ। ଗଲାକାଲି ଉଭୟଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଅର ନେଗେଟିଭ୍ ବାହାରିଥିଲା। ଯେହେତୁ ଏମାନେ ଘରେ ସ˚ଗରୋଧ ନିୟମ ମାନି ରହିଥିଲେ ଏବ˚ ପିଜିଟିଭ୍ ବାହାରିବା ପରେ ବି ଲକ୍ଷଣ ନାହିଁ, ତେଣୁ ସେମାନଙ୍କୁ ସରକାରୀ ନିୟମନୁଯାୟୀ ଘରେ ରଖାଯାଇଥିବା ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସ˚ଗରୋଧରେ ରହିଥିବା ସମୟରେ ଏହି ଦମ୍ପତି ଘରେ ପୃଥକ୍ ବେଡ୍ରୁମ୍ ଓ ଶୌଚାଳୟ ବ୍ୟବହାର କରୁଥିଲେ। ସ˚ପୂର୍ଣ୍ଣ ସ˚ଗରୋଧ ନିୟମ ମାନିବା ସହ ବାହାରକୁ ବାହାରି ନାହାନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିଲେ ହେଁ, ସ୍ବାମୀ-ସ୍ତ୍ରୀଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ବି ଦେଖିବାକୁ ମିଳିନାହିଁ। ତେଣୁ ସରକାରଙ୍କ ନିୟମ ଅନୁସାରେ ଯେଉଁମାନଙ୍କ ଘରେ ସ˚ଗରୋଧରେ ରହିବା ଭଳି ସୁବିଧା ରହିଛି ଓ ପରିବାରର ଅନ୍ୟ କେହି ରହୁ ନଥିବେ, ସେ କ୍ଷେତ୍ରରେ ଆକ୍ରାନ୍ତଙ୍କୁ ହୋମ୍ କ୍ବାରାଣ୍ଟିନ୍ରେ ରଖାଯାଇପାରିବ। ପୁଅ ତାଙ୍କ ସହିତ ରହିଥିଲେ ବି ତାଙ୍କ ନମୁନା ନେଗେଟିଭ୍ ଆସିଛି ଏବ˚ ତାଙ୍କୁ ୧୪ ଦିନିଆ ଅବଧି ଭିତରେ ବାହାରକୁ ନ ବାହାରିବା ପାଇଁ କଟକଣା ଲଗାଯାଇଛି। ପୌରପରିଷଦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସମସ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୀର୍ଜା ବାବର୍ ବେଗ୍ କହିଛନ୍ତି ଯେ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହି ଦମ୍ପତି ବାହାରେ ବୁଲାବୁଲି କରିବାର ସମ୍ଭାବନା ନ ଥିବାରୁ ସ˚କ୍ରମଣର ଭୟ ନାହିଁ। ସାତ ଦିନ ପରେ ଦମ୍ପତିଙ୍କ ନମୁନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିଲେ ୨୪ଘଣ୍ଟା ପରେ ପୁଣିଥରେ ପରୀକ୍ଷା କରାଯିବ। ପରୀକ୍ଷାରେ ଯଦି ପଜିଟିଭ୍ ଆସେ, ତେବେ ପୁଣି ସାତ ଦିନ ପରେ ଆଉ ଥରେ ପରୀକ୍ଷା କରାଯିବ ବୋଲି ଡାକ୍ତର ବେଗ୍ କହିଛନ୍ତି।