ଲାଇନ୍‌ଚ୍ୟୁତ ହୋଇଥିବା ଧଉଳି ଏକ୍ସପ୍ରେସ ୧୫ଟି ବଗିକୁ ନେଇ ଯାତ୍ରା ଆରମ୍ଭ କଲା

ଭୁବନେଶ୍ୱର: ହାଓଡ଼ାରୁ ପୁରୀ ଆସୁଥିବା ଧଉଳି ଏକ୍ସପ୍ରେସ ଖଡ଼ଗପୁର ଡିଭିଜନର ଭୋଗପୁର- ପାଂସକୁରା ନିକଟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଧଉଳି ଏକ୍ସପ୍ରେସର ବି-୩ ଚେୟାର କାର କୋଚ୍‌ଟି କେବଳ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଥିଲା। ଫଳରେ ଟ୍ରେନ୍‌ର ୫ଟି କୋଚ ଏହା ଦ୍ୱାରା ପ୍ରଭାବିତ ହୋଇଥିଲା। ଯାଞ୍ଚ ପରେ ହାଓଡା- ଧଉଳି ଏକ୍ସପ୍ରେସ ୧୫ଟି ବଗିକୁ ନେଇ ଯାତ୍ରା ଆରମ୍ଭ କରିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଧଉଳିଏକ୍ସପ୍ରେସ୍‌ରେ ବସିଥିବା ଯେଉଁ ଯାତ୍ରୀମାନେ ଚାହିଁଥିଲେ ସେମାନଙ୍କୁ ଭୁବନେଶ୍ୱର-ପୁରୀ ଯାଉଥିବା ଫାଲକ୍‌ନାମା ଏକ୍ସପ୍ରେସ୍‌ ଓ ନୀଳାଚଳ ଏକ୍ସପ୍ରେସ୍‌ରେ ସୁରକ୍ଷିତ ଭାବେ ବସାଇ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଖଡ଼ଗପୁର ଡିଭିଜନର ଭୋଗପୁର- ପାଂସକୁରାଠାରେ ଏହି ଦୁର୍ଘଟଣା ଘଟିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିବାଯିବା ସହିତ ସେମାନଙ୍କ ପାଇଁ ସେଠାରେ ଚା’ ଜଳଖିଆର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର