ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ରିଲିଫ ଟାସ୍କଫୋର୍ସ ଗଠନ କଲା ହ୍ୟୁଣ୍ଡାଇ, ରିହାତି ମୂଲ୍ୟରେ କ୍ଷତିଗ୍ରସ୍ତ କାରଗୁଡ଼ିକର ମରାମତି କରାଯିବ

ଭୁବନେଶ୍ବର : ମହାବାତ୍ୟା ଫନି ଦ୍ବାରା କ୍ଷତିଗ୍ରସ୍ତ ନିଜର ଗ୍ରାହକଙ୍କ ସହାୟତା ପାଇଁ ଆଗେଇ ଆସିଛି କାର ନିର୍ମାଣକାରୀ କମ୍ପାନି ହ୍ୟୁଣ୍ଡାଇ ମୋଟର୍ସ । କମ୍ପାନି ପକ୍ଷରୁ  ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା  ପ୍ରଭାବିତ ଉପଭୋକ୍ତା ଙ୍କ ପାଇଁ ଏକ ରିଲିଫ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିପାଇଁ  ହୁଣ୍ଡାଇ ପକ୍ଷରୁ ଜରୁରୀ କାଳିନ ରୋଡ ସର୍ଭିସ  ଟିମ ସହ ୨୬ ଟି ଫ୍ଲାଟବେଡ ଟ୍ରକ ଓ ୨୧ ଟି ଟୋଓି୍ୱିଙ୍ଗ ଟ୍ରକ ନିୟୋଜନ କରାଯାଇଛି ।

ଏହି ସର୍ଭିସ ସବୁଠାରେ ଉପଲବ୍ଧ କରାଇବା ପାଇଁ ହୁଣ୍ଡାଇ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ୦୧୨୪-୪୩୪୩୯୩୭ ଜାରି କରାଯାଇଛି । ଏଥିପାଇଁ ୪୦ରୁ ଉର୍ଦ୍ଧ ଟେକନିସିଆନ ଙ୍କୁ ନିୟୋଜିତ କାରାଯାଇଛି । ଏହାଛଡା ବାତ୍ୟା କ୍ଷତିଗ୍ରସ୍ତ ହୁଣ୍ଡାଇ ଗାଡି ଗୁଡିକ ପାଇଁ ରିହାତି ମୁଲ୍ୟରେ ପାର୍ଟସ ଏବଂ ରିପ୍ୟାରିଂ ଉପଲବ୍ଧ  କରାଯାଇଛି । ତା ଛଡା ଇନସୁରାନ୍ସ ରେ ୫୦% ରିହାତି ମଧ୍ୟ ଦିଆଯାଇଛି  ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର