ସୁନ୍ଦରଗଡ଼: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ହେମଗିରି ଥାନା ଅଞ୍ଚଳ ଦେଇ ଯାଇଥିବା ଲାଇକେରା ରାସ୍ତାରେ ଏକ ହାଇଓ୍ଵା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ହାଇଓ୍ଵାଟି ‘ଏମ୍ସିଏଲ୍’ର ଲାଇକେରାସ୍ଥିତ ନୂଆ ରେଲ୍େଓ୍ଵ ସାଇଡିଙ୍ଗ୍କୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ମୃତ ବାଇକ୍ ଆରୋହୀଙ୍କ ପରିଚୟ ମିଳିନାହିଁ।
ଏହି ସଡ଼କ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଉତ୍ତେଜନା ପ୍ରକାଶ କରିଛନ୍ତି। ସାଇଡିଙ୍ଗ୍ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି। କୋଇଲା ପରିବହନ ନିମନ୍ତେ ‘ଏମ୍ସିଏଲ୍’ ନିଜସ୍ୱ ରାସ୍ତା ନିର୍ମାଣ ନ କରି ସର୍ବସାଧାରଣଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ଅଣଓସାରିଆ ରାସ୍ତାଟିକୁ ବ୍ୟବହାର କରୁଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ସେଥିପାଇଁ ସ୍ଥାନୀୟ ବାସିନ୍ଦା ପ୍ରଥମରୁ ଏହି ସାଇଡିଙ୍ଗ୍କୁ ବିରୋଧ କରୁଥିଲେ।
ଖବର ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/hyva.jpg)