ପାରାଦ୍ୱୀପ: ହାଇଓ୍ଵା ଟ୍ରକ୍‌ ଚଢ଼ି ଯିବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ପାରାଦ୍ୱୀପ: ସୋମବାର ପୂର୍ବାହ୍ନ ପ୍ରାୟ ୧୦: ୪୫ ସମୟରେ ପାରାଦ୍ୱୀପ-ଚଣ୍ଡିଖୋଲ ୫ ନମ୍ବର ଜାତୀୟ ରାଜପଥର ଦୋଛକି ଠାରେ ଗୋଟିଏ ହାଇଓ୍ଵା ଟ୍ରକ୍‌ ଚଢ଼ି ଯିବାରୁ ଜଣେ ମଟରସାଇକେଲ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ ବାଇକ୍‌ ଆରୋହୀ ହେଉଛନ୍ତି କେନ୍ଦ୍ରାପଡ଼ା ଅନ୍ତର୍ଗତ ବାରିମୂଳା ଗାଁ’ର ସୁବାସ ଚନ୍ଦ୍ର ସେଠୀ। ତାଙ୍କ ବାଇକ୍‌ ପଛରେ ବସି ଯାଉଥିବା ତାଙ୍କର ଜଣେ ସାଙ୍ଗ ଏହି ଦୁର୍ଘଟଣାରେ ସାଙ୍ଘାତିକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୁବାସ ତାଙ୍କ ସାଙ୍ଗଙ୍କୁ ବାଇକ୍‌ରେ ବସାଇ ଆସୁଥିବା ବେଳେ ପଛପଟୁ ସମ୍ପୃକ୍ତ ହାଇଓ୍ଵା ଟ୍ରକ୍‌ଟି ତାଙ୍କୁ ବାଇକ୍‌କୁ ଧକ୍କା ଦେଇ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଆହତ ହୋଇଥିବା ତାଙ୍କ ବନ୍ଧୁଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପାରାଦ୍ୱୀପସ୍ଥିତ ବିଜୁ ମେମୋରିଆଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୁଲିସ ଦୁର୍ଘଟଣା ଘଟାଇଥିବା ହାଇଓ୍ଵା ଟ୍ରକ୍‌କୁ ଜବତ୍‌ କରି ଥାନାକୁ ଆଣିବା ସହ ତା’ର ଡ୍ରାଇଭର୍‌ଙ୍କୁ ଅଟକ ରିଖିଛି।

ସମ୍ବନ୍ଧିତ ଖବର