ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ବିବାଦୀୟ ବୟାନ : ଦୁଃଖ ପ୍ରକାଶ କଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ବୟାନ ପ୍ରସଙ୍ଗରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦୁଃଖ ପ୍ରକାଶ କରିଛନ୍ତି। ମହରାଥୀ କହିଛନ୍ତି, ଯଦି କାହା ମନକୁ ଆଘାତ ଦେଇଛି, ତା’ହେଲେ ମୁଁ ଦୁଃଖିତ। ମୋ ନିର୍ବାଚନ ମଣ୍ଡଳୀର ଝିଅ ପ୍ରତି କଟୁମନ୍ତବ୍ୟ ଦେବା ଉଦ୍ଦେଶ୍ୟ  ନଥିଲା। ବିଜେପି ଏବଂ କଂଗ୍ରେସର ଏପରି ଆନ୍ଦୋଳନ ନେଇ ମୁଁ ନିରୂପାୟ ବୋଲି ମହାରଥୀ କହିଛନ୍ତି।

ମହାରଥୀ କହିଛନ୍ତି କାହାକୁ ଆଘାତ ଦେବା ଉଦ୍ଦେଶ୍ୟରେ ସେ ବୟାନ ଦେଇନଥିଲେ । ପିପିଲି ପିଡୀତାଙ୍କ ପରିବାରକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା  ।

ଏମିତିକି ବିରୋଧି ବି ପ୍ରଦୀପ ମହାରଥୀଙ୍କୁ କଡା ସମାଲୋଚନା କରିଥିଲେ । ଆଉ ପ୍ରାୟ ୬ ବର୍ଷ ପରେ ଯେତେବେଳେ ମାମଲାର ଶୁଣାଣି କରି କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କଲେ ତା’ପରେ ସତ୍ୟର ପରିପ୍ରକାଶ ହୋଇଥିବା କହି ପୁଣି ବିବାଦକୁ ଆସିଯାଇଥିଲେ ମହାରଥୀ । ଆଉ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି କୃଷିମନ୍ତ୍ରୀ । ଏହା ସହ ମହାରଥୀ ସ୍ପଷ୍ଟ କରିଛନ୍ତି ଯେ, କାହାକୁ ଆଘାତ ଦେବା ବା ପୀଡିତାଙ୍କ ପରିବାରକୁ ସମାଲୋଚନା କରବା ଉଦ୍ଦେଶ୍ୟରେ ସେ ଏଭଳି ମତ ଦେଇ ନ ଥିଲେ ।

ସମ୍ବନ୍ଧିତ ଖବର