ନୟାଗଡ଼ : ‘ ଆଗାମୀ ୨୦୨୪ ମସିହା ନିର୍ବାଚନରେ ମୁଁ ବିଜେପି ବିଧାୟିକା ପ୍ରାର୍ଥୀ ଭାବେ ଲଢ଼ିବାକୁ ସଂଗଠନ କରୁଛି। ଦଳରେ ମିଶିବା ବେଳେ ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏନେଇ ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା। ସେଠାରେ ଇରାନୀ ଓ ତାଙ୍କ ସ୍ବାମୀ ତଥା ବିଜେପି ଜିଲ୍ଲା ସଭାପତି ଲାଲାମନୋଜ ରାୟ ମଧ୍ୟ ଉପସ୍ଥିତ ଥିଲେ।’
ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ଏହି ମନ୍ତବ୍ୟ ଏବେ ନୟାଗଡ଼ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ବାମୀ ହେମେନ୍ଦ୍ର ସିଂହଙ୍କ ମୃତ୍ୟୁପରେ ଅନୁଷ୍ଠିତ ଉପନିର୍ବାଚନରେ ପ୍ରତ୍ୟୁଷା ବିଜେଡି ଟିକେଟ୍ରେ ପ୍ରତିଦ୍ବନ୍ଦ୍ବିତା କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର, ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିନଥିଲା। ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ, ଦୀର୍ଘଦିନ ପରେ ସେ ପୁଣିଥରେ ସକ୍ରିୟ ହୋଇଛନ୍ତି। ପ୍ରାୟ ୨ ମାସ ହେବ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ନୟାଗଡ଼ ଓ ଓଡ଼ଗାଁ ବ୍ଲକ୍ର ବିଭିନ୍ନ ପଞ୍ଚାୟତକୁ ଗସ୍ତକରି କର୍ମୀଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି। ତେବେ, ଗତ ନିର୍ବାଚନରେ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇରାନୀ ରାୟ ଲଢିଥିଲେ। ୨୦୨୪ ମସିହା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତଦନୁଯାୟୀ ସଙ୍ଗଠନ ବି କରୁଛନ୍ତି। ଏପରିସ୍ଥଳେ, ପ୍ରତ୍ୟୁଷାଙ୍କ ଏହିଭଳି ମନ୍ତବ୍ୟ ନୟାଗଡ଼ ରାଜନୀତିରେ କମ୍ପନ୍ନ ସୃଷ୍ଟିକରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Pratyusha-Rajeshwari-Singh.jpg)