ସମ୍ବଲପୁର: ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି) ଆଜି ସମ୍ବଲପୁର ଗସ୍ତରେ ଆସି ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ଅବସରରେ ସମ୍ବଲପୁର ସହିତ ତାଙ୍କ ପରିବାରର ବହୁବର୍ଷର ସଂପର୍କ କଥା କହିଛନ୍ତି।
ପ୍ରଣବ ପ୍ରକାଶ କହିଛନ୍ତି, ‘ମୋର ବାବା (ପିତା ଅଶୋକ ଦାସ) ସମ୍ବଲପୁରରେ ପାଠ ପଢ଼ୁଥିଲେ। ସମ୍ବଲପୁର ସହିତ ମୋ ବାବାଙ୍କ ୬୦/୭୦ ବର୍ଷର ସଂପର୍କ ରହିଛି। ମୋର ପିଉସୀ ବି ଏଠାରେ ରହୁଥିଲେ। ମୋତେ ଲାଗୁଛି, ମୁଁ ଆଜି ମୋ ଘରେ ଠିଆ ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବାପାଇଁ ଯୋଗ୍ୟ ବିବେଚିତ କରିଥିବାରୁ ତାଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଶା କରୁଛି, ସମ୍ବଲପୁରବାସୀ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ। ସମ୍ବଲପୁରବାସୀଙ୍କ ଉପରେ ତାଙ୍କର ପୂରା ଭରସା ଓ ବିଶ୍ବାସ ରହିଛି।’ ଏଥିସହିତ, ସେ ଆହୁରି ମଧ୍ୟ ସମ୍ବଲପୁରର ବିକାଶକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଣବ ପ୍ରକାଶ ଆଜି ସଡ଼କ ପଥରେ ରାଜଧାନୀରୁ ସମ୍ବଲପୁର ଆସିଥିବା ବେଳେ ରେଢ଼ାଖୋଲରେ ତାଙ୍କୁ ଦଳୀୟ କର୍ମୀ ଓ ସମର୍ଥକମାନେ ସ୍ବାଗତ କରିଥିଲେ।
ସମ୍ବଲପୁରବାସୀଙ୍କ ଉପରେ ମୋର ଭରସା ଅଛି: ବବି
/sambad/media/post_attachments/wp-content/uploads/2024/03/fhkhkfhkfhkhk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)