ମୁଁ ବି ଯିବି ଭୁବନେଶ୍ୱର, ଚିଟ୍‌ଫଣ୍ଡ ଜମାକାରୀଙ୍କ ପ୍ରସ୍ତୁତି ବୈଠକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଭାପତି ଅମର ସାହୁଙ୍କ ଅଧ୍ୟକ୍ଷତାରେ ସାହୁ ସମାଜ ଭବନ ଠାରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି। ଦୀର୍ଘ ନଅ ବର୍ଷ ହେଲା ଲଢ଼େଇ କରି ଆସୁଥିଲେ ମଧ୍ୟ ସେମାନେ ତାଙ୍କ ଟଙ୍କା ପାଇପାରି ନାହାନ୍ତି। ମୁଁ ବି ଯିବି ଭୁବନେଶ୍ୱର ଡାକରାରେ ସାମିଲ ହୋଇ ନିଜ ପଇସା ଫେରି ପାଇବା ପାଇଁ ଅନ୍ତିମ ଲଢ଼େଇ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆହ୍ୱାନକ୍ରମେ ରାଜ୍ୟ ସାରା ଏଭଳି ପ୍ରସ୍ତୁତି ବୈଠକ କରାଯାଇ ଜମାକାରୀଙ୍କୁ ତାଙ୍କ ଶେଷ ଲଢ଼େଇ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ମଞ୍ଚ ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ ପ୍ରକାଶ କରିଛନ୍ତି।

ଯୁଗ୍ମ ଅବାହିକା ଅନୁରାଧା ସୁବୁଦ୍ଧି ପ୍ରତ୍ୟେକ ଗାଁରୁ ପାଞ୍ଚ ଜଣ ଲେଖାଏଁ ଜମାକାରୀ ଭୁବନେଶ୍ୱର ଯିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଲଢ଼େଇରେ ସାମିଲ ହୁଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନୂଆପଡ଼ା ଜିଲ୍ଲାର ତୀର୍ଥ ରଣା, ଯାଦରାମ ସାହୁ, ଜ୍ଞାନରଞ୍ଜନ ସାହୁ, ଜିତେଶ୍ୱରୀ ସାହୁ, ରାଜେଶ୍ୱରୀ ସାହୁ, ଗଣପତ ରାଉତ, କମଳ ରାଉତ ଓ ଲଙ୍କେଶ୍ୱର ବୈରାଗୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର