ଭୁବନେଶ୍ବର : ବିଜେପି ନେତା ମୋହନ ମାଝୀଙ୍କ ଉପରେ ବୋମାମାଡ଼ ପ୍ରସଙ୍ଗରେ ବିଜେଡି ନେତା ରାଜ ଚକ୍ର ସମ୍ପୃକ୍ତ ବୋଲି କୁହାଯାଉଥିବାବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚକ୍ର ମୁହଁ ଖୋଲିଛନ୍ତି। ଶ୍ରୀ ଚକ୍ର କହିଛନ୍ତି ଯେ, କେନ୍ଦୁଝରର ଲୋକମାନେ ମୋହନ ମାଝୀଙ୍କୁ ସେମାନଙ୍କର ଜନପ୍ରତିନିଧି ଭାବେ ମନୋନୀତ କରିଛନ୍ତି। କିନ୍ତୁ ସେ ଠିକାଦାରୀରେ ବ୍ୟସ୍ତ ରହି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁନାହାନ୍ତି। ଶ୍ରୀ ମାଝୀଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ମୁଁ ଏହାକୁ ନିନ୍ଦା କରୁଛି। ଶ୍ରୀ ମାଝୀଙ୍କ ତାଙ୍କ ଘନିଷ୍ଠ ଲୋକ ଆକ୍ରମଣ କରିଛନ୍ତି। କିନ୍ତୁ ସେ ଓ ବି‌ଜେପିର ଏକ ପ୍ରତିନିଧି ଦଳ ଯେପରି ମୋତେ ଅପମାନିତ କରିଛନ୍ତି ଏବଂ ବିନା ପ୍ରମାଣରେ ମୋତେ ବୋମାମାଡ଼ ଘଟଣାରେ ସଂପୃକ୍ତ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ଶ୍ରୀ ମାଝୀ ମୋତେ ବଦନାମ କରିଥିବାରୁ କ୍ଷମା ମାଗିବା ଉଚିତ୍। ନଚେତ୍‌ ମୁଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଶ୍ରୀ ଚକ୍ର କହିଛନ୍ତି।