ଭାରସାମ୍ୟ ହରାଇ ଗଛରେ ପିଟିଲା ପିକଅପ୍‌ ଭ୍ୟାନ, ୧୩ ଆହତ ଓ ୫ ଗୁରୁତର

ଲାଞ୍ଜିଗଡ: ଚାଳକ ଭାରସାମ୍ୟ ହରାଇବାରୁ ୧୯ ଜଣଙ୍କୁ ନେଇ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତାର ହରେକୃଷ୍ଣପୁର ଛକ ବୁଲାଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଆହତମାନେ ହେଲେ ଚାଳକ ସୁବାଷ ପରାଭୋଇ(୨୦), କାନ୍ତି ପରାଭୋଇ(୨୦), ଦମ୍ବୁ ମାଝୀ(୪୦), ସୁନ୍ଦରୁ ପରାଭୋଇ(୪୫), ରତୀ ପରାଭୋଇ(୩୫), ଉଜକ ପରାଭୋଇ(୫୫), କାଡାପାରା ପରାଭୋଇ(୫୦), ରୀତି ମାଝୀ(୧୮), ନକୁଳ ମାଝୀ(୩୫), ମିନା ମାଝୀ(୧୮), ଶିଶୁ ଅଶୋକ ପରାଭୋଇ(୬), ଡିଶା ପରାଭୋଇ(୬୦) ଓ ଧାନ ମାଝୀ(୬୦)। ସେହିପରି ଗୁରୁତର କାନ୍ତି ମାଝୀ, ରତୀ ପରାଭୋଇ, କାଡାପାରା ପରାଭୋଇ,ମିନା ମାଝୀ ଓ ଡ୍ରାଇଭର ସୁବାଷ ପରାଭୋଇଙ୍କୁ ୧୦୮ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ବୁଲାଣିରେ ଆଜି ଦିନ ୧୨ରେ ନାଲି ରଙ୍ଗର ପିକଅପ୍‌ ଭ୍ୟାନ(ଓଡ଼ି-୧୮ଡି-୯୮୪୨) ଭାରସାମ୍ୟ ହରାଇ ଗଛରେ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତ୍ରିଲୋଚନପୁର ମଇନଗୁଡାର ସୁନ୍ଦରା ପରାଭୋଇଙ୍କର ପୁଅ ପର୍ଶୁ ପରାଭୋଇ ଗତବର୍ଷ ନଙ୍ଗଳବେଡା ଗ୍ରାମର ଗଜିନ୍ଦ୍ର ଲୋହରାଙ୍କ ଝିଅକୁ ବିବାହ କରିଥିଲେ। ଝିଅ ସ୍ୱାମୀ ଘରେ ୮ ମାସ ରହିଲା ପରେ ନିଜ ମା’ ଘର ନଙ୍ଗଳବେଡା ଗ୍ରାମକୁ ଯାଇଥିଲେ। ତେଣୁ ଝିଅକୁ ଡାକିବା ପାଇଁ ଶାଶୁ ଘର ଲୋକେ ବନ୍ଧୁବାନ୍ଧବଙ୍କ ସହିତ ଏକ ପିକଅପ୍‌ ଭ୍ୟାନ ଭଡ଼ାକରି ତ୍ରିଲୋଚନପୁର ମଇନଗୁଡ଼ାଠାରୁ ନଙ୍ଗଳବେଡା ଗାଁକୁ ଯାଉଥିବା ସମୟରେ ନଙ୍ଗଳବେଡା ଗ୍ରାମର ୫୦୦ ମିଟର ପୂର୍ବରୁ ବିଶ୍ୱନାଥପୁର ପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତାର ହରେକୃଷ୍ଣପୁର ଛକ ବୁଲାଣି ନିକଟରେ ଗାଡିଟି ଭାରସାମ୍ୟ ହରାଇ ଏକ ଆମ୍ବ ଗଛରେ ପିଟିଥିଲା। ଗାଡ଼ିିରେ ୧୯ ଜଣ ମହିଳା, ପୁରୁଷ ଓ ଗୋଟିଏ ଛୋଟ ପିଲା ବସିଥିଲେ।

ଦୁର୍ଘଟଣାର ଶିକାର ହୋଇଥିବା ୧୩ ଜଣ ଆହତ ସୁବାଷ ପରାଭୋଇ, କାନ୍ତି ପରାଭୋଇ, ଦମ୍ବୁ ମାଝୀ, ସୁନ୍ଦରୁ ପରାଭୋଇ, ରତୀ ପରାଭୋଇ, ଉଜକ ପରାଭୋଇ, କାଡାପାରା ପରାଭୋଇ, ରୀତି ମାଝୀ, ନକୁଳ ମାଝୀ, ମିନା ମାଝୀ, ଶିଶୁ ଅଶୋକ ପରାଭୋଇ, ଡିଶା ପରାଭୋଇ, ଧାନ ମାଝୀଙ୍କୁ ବେଦାନ୍ତ ଆମ୍ବୁଲାନ୍‌ସରେ ଲାଞ୍ଜିଗଡ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଲାଞ୍ଜିଗଡ ମେଡିକାଲରେ ଡାକ୍ତର ଭବାନୀ ଶଙ୍କର ଲେଙ୍କା, ଟୁନା ପାଣିଗ୍ରାହୀ, ମମତାମୟୀ ପ୍ରଧାନ ଓ ତପନ ସାହୁ ଆହତ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର କାନ୍ତି ମାଝୀ, ରତୀ ପରାଭୋଇ, କାଡାପାରା ପରାଭୋଇ, ମିନା ମାଝୀ ଓ ଡ୍ରାଇଭର ସୁବାଷ ପରାଭୋଇଙ୍କୁ ୧୦୮ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି। ଦୁର୍ଘଟଣା ସଂପର୍କିତ ଖବର ପାଇ ଲାଞ୍ଜିଗଡ ପୁଲିସ ଏସଆଇ ବିପିନ କୁମାର କୁଳଦୀପ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର