୩୨ ଆଇଏଏସ୍‌ ଅଫିସର୍‌ଙ୍କ ଅଦଳବଦଳ: ପ୍ରେମଚାନ୍ଦ ଚୌଧୁରୀ ବି.ଏମ୍‌.ସି କମିସନର, କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

ଭୁବେନଶ୍ୱର: ରାଜ୍ୟର ଆଇ.ଏ.ଏସ ଅଫିସର୍‌ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ ହୋଇଯାଇଛି। ରାଜ୍ୟ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଭାବେ ଅର୍ଚ୍ଚନା ପଟ୍ଟନାୟକ ନିଯୁକ୍ତ ହୋଇଥିବା ବେଳେ ନିରଞ୍ଜନ ସାହୁଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତ ଦେଇଛନ୍ତି।

ସେହିପରି ନିର୍ମଳ ଚନ୍ଦ୍ର ମିଶ୍ର ପର୍ଯ୍ୟଟନ ନିର୍ଦ୍ଦେଶକ ହୋଇଥିବା ବେଳେ ସମର୍ଥ ବର୍ମା କେନ୍ଦ୍ରାପଡ଼ା ଜିଲ୍ଲାପାଳ ହୋଇଛନ୍ତି। ପ୍ରେମଚାନ୍ଦ ଚୌଧୁରୀଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିସନର ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବି.ଡିଏ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଦାଶରଥୀ ଶତପଥୀ ଓଡ଼ିଶା ବିଧାନସଭାର ସଚିବ ଭାବେ ନିଯୁକ୍ତି ହୋଇଛନ୍ତି। ଯାମିନୀ ଷଡ଼ଙ୍ଗୀ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହୋଇଥିବା ବେଳେ ରଘୁଜୀ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଅନନ୍ୟା ଦାସ କଟକ ମହାନଗର ନିଗମର କମିଶନର୍‌ ଭାବେ ନିଯୁକ୍ତ ହୋଇଛନ୍ତି।

କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜସ୍ୱ ପର୍ଷଦର ସଚିବ ରୂପେ ନିଯୁକ୍ତି ଦିଆଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାପାଳ ପୋମା ଟୁଡୁଙ୍କୁ କୋରାପୁଟକୁ ଜିଲ୍ଲାପାଳ ଭାବେ ପଠାଯାଇଛି। ମଧୁସ୍ମିତା ସାହୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ଅବଦଲ ଅଖ୍‌ତର କଟକର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରୂପେ ନିଯୁକ୍ତ ହୋଇଥିବା ବେଳେ ଲଲାଟେନ୍ଦୁ ମିଶ୍ର ବୌଦ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ସୀତାଂଶୁ କୁମାର ରାଉତ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ଭବାନୀ ଶଙ୍କର ଚଇନି କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜ୍ୟୋତି ରଂଜନ ପ୍ରଧାନ ଝାରସୁଗୁଡା ଜିଲ୍ଲାପାଳ ହୋଇଛନ୍ତି। ଜ୍ୟୋତି ପ୍ରକାଶ ଦାସ ବୟନଶିଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ବେଳେ କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ହୋଇଛନ୍ତି। ଲକ୍ଷ୍ମୀଧର ମହାନ୍ତି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରୂପେ ନିଯୁକ୍ତ ହୋଇଥିବାବେଳେ ରମେଶ ଚନ୍ଦ୍ର ରାଉତ ଇ.ଏସ୍‌.ଆଇ ନିର୍ଦ୍ଦେଶକ ରୂପେ ନିଯୁକ୍ତି ପାଇଛନ୍ତି। ବିଭୂତି ଭୂଷଣ ଦାସ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି।

 

ସମ୍ବନ୍ଧିତ ଖବର