ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ବାତ୍ୟା ‘ଫନି’ ପରେ ବାତ୍ୟା ପ୍ରଭାବିତ ଜିଳ୍ଲାଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକୁ ଉଚିତ ଭାବରେ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ଏହି ଅଦଳବଦଳ ପ୍ରକ୍ରିୟାରେ କୋରାପୁଟ ଡିଆର୍‌ଡିଏ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଇଏଏସ୍‌ ମହମ୍ମଦ ଅବ୍‌ଦୁଲ ଖତର ଖୋର୍ଦ୍ଧା ଜିଲ୍ଳା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି(ଡିୟୁଡିଏ) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।

ସେଠାରେ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

ଏମାନଙ୍କ ବ୍ୟତୀତ ଏହି ବଦଳି ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି କୋରାପୁଟ ଜିଲ୍ଳା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି(ଡିୟୁଡିଏ) ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍‌ ଅନନ୍ୟା ଦାସ। ଅନନ୍ୟାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର