ରାଜ୍ୟ ପ୍ରଶାସନିକ‌ ସ୍ତରରେ ଅଦଳବଦଳ: ୩ ଆଇଏଏସ୍‌ ଓ ୧୦ ଓଏଏସ୍‌ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ରାଜ୍ୟ ସରକାର ଆଇଏଏସ୍‌ ଓ ଓଏଏସ୍‌ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନି ଜଣ ଆଇଏଏସ୍‌ ଓ ୧୦ ଜଣ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଥିବା ଜାଣିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଏଏସ୍‌ ସତ୍ୟବ୍ରତ ସାହୁଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ଦାୟିତ୍ୱରେ ଆଇଏଏସ୍‌ ହେମନ୍ତ ଶର୍ମା ଥିଲେ। ସେହିଭଳି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀଙ୍କୁ ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଦେବେନ୍ଦ୍ର ଜେନାଙ୍କୁ ଯୋଜନା ଓ ସଂଯୋଜନା ବିଭାଗକୁ ବଦଳି ହୋଇଛି।

ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ସଚିବ ଓଏଏସ୍‌ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଏଡିଏମ୍‌ ଭାବେ ବଦଳି କରାଯାଇଛି। ଓଡ଼ିଶା ଷ୍ଟାଫ ସିଲେକସନ କମିସନର ଯୁଗ୍ମ ସଚିବ ଓଏଏସ୍‌ ଲୋପାମୁଦ୍ରା ମହାପାତ୍ରଙ୍କୁ ଲୋକସଂପର୍କ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଥିବା ବେଳେ ଢେଙ୍କାନାଳ ଏଡିଏମ୍‌ ଭୁବେଶ କୁମାର ନାୟକଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି।

କେନ୍ଦୁଝର ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଏଏସ ନିରଞ୍ଜନ ଜେନାଙ୍କୁ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟକୁ ଡେପୁଟି ସେକ୍ରେଟାରୀ ଭାବେ ବଦଳି ହୋଇଥିବା ବେଳେ ଓଏଏସ୍‌ ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ସମବାୟ ବିଭାଗକୁ ଡେପୁଟି ସଚିବ ଭାବେ ବଦଳି ହୋଇଛି।

ସେହିପରି ଓଏଏସ୍‌ ଦେବୀ ପ୍ରସାଦ ମହାନ୍ତିଙ୍କୁ ଜଗତ୍‌ସିଂହପୁର ଉପଜିଲ୍ଲାପାଳ, ଜ୍ୟୋତି ଶଙ୍କର ସାହୁଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗରେ ଯୁଗ୍ମ ସଚିବ ଭାବେ ବଦଳି ହୋଇଛି। ମୟୂରଭଂଜ ଜିଲ୍ଲାର ବଡ଼ସାହି ବିଡିଓ ଦିଲୀପ କୁମାର ମହାରଣାଙ୍କୁ ଅନୁଗୁଳ ଡିଆରଡିଏରେ ଅତିରିକ୍ତ ପିଡି ଭାବେ ବଦଳି ହୋଇଛି।

ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କୁ ଓଡ଼ିଶା ଷ୍ଟାଫ ସିଲେକସନ କମିସନରେ ଡେପୁଟି ସଚିବ ଓ ଗଂଜାମ ବିଡିଓ ଜ୍ୟୋତି ଶଙ୍କର ରାୟଙ୍କୁ ଗଂଜାମ ଡିଆରଡିଏରେ ଅତିରିକ୍ତ ପିଡି ଭାବେ ବଦଳି ହୋଇଛି।

ସମ୍ବନ୍ଧିତ ଖବର