ଆଇଏଏସ୍‌-ଓଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ଭଦ୍ରକ ଜିଲ୍ଲାପାଳ, ପଂଚାୟତିରାଜ ବିଭାଗରେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍‌ ଓ ଓଏଏସ୍‌ ସ୍ତରରେ ଛୋଟ ଧରରଣ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଂଜନ ଦାସଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ନିର୍ଦ୍ଦେଶକ ଭାବରେ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ଉମାକାନ୍ତ ତ୍ରିପାଠୀଙ୍କୁ ବଦଳି କରାଯାଇଛି।

ଓଡ଼ିଶା ରାଜ୍ୟ ମୃଦୁପାନୀୟ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ସେହିପରି ଆୟୁଷ ନିର୍ଦ୍ଦେଶକ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବରେ ବଦଳି ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର