ବାତ୍ୟା ‘ଫନି’ ପାଇଁ ସହାୟତା: ରାଜ୍ୟ ଆଇଏଏସ୍‌ ସଂଘର ସମସ୍ତ ସଦସ୍ୟ ଦେବେ ୧୦-୧୦ ହଜାର ଟଙ୍କା

0

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଆଇଏଏସ୍‌ (ଭାରତୀୟ ପ୍ରଶାସନିକ ସେବା) ସଂଘ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛି। ରାଜ୍ୟ ରାଜ୍ୟର ଆଇଏଏସ୍‌ ସଂଘର ପ୍ରତି ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦-୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫନି ପାଇଁ ଏଯାଏଁ ବ୍ୟକ୍ତିଗତ, ସାମୂହିକ ଭାବେ ବହୁତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସିସାରିଛି। ପାଣ୍ଠି ଯୋଗାଡ଼ କରିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଛନ୍ତି।

ସୂଚନାଯୋଗ୍ୟ ବାତ୍ୟା ପରେ ଏଯାଏଁ ଛତିଶଗଡ଼, ମହାରାଷ୍ଟ୍ର, କେରଳ, ତାମିଲନାଡୁ ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିଭଳି କେନ୍ଦ୍ର ସରକାର ୨ଟି ପର୍ଯ୍ୟାୟରେ ୧୩୪୧ କୋଟି ଟଙ୍କା ବାତ୍ୟା ସହାୟତା ମଂଜୁର କରିଛନ୍ତି। ଏତଦ୍‌ ବ୍ୟତୀତ ବଲିଉଡ ଅଭିନେତା ଅକ୍ଷୟ କୁମାର କୋଟିଏ ଟଙ୍କା, ବୌଦ୍ଧ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କା ବାତ୍ୟା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି କର୍ଣ୍ଣାଟକ ସରକାରଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ମଧ୍ୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ କରି ଆବଶ୍ୟକ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.