ଭୁବନେଶ୍ବର: କାଉନସିଲ୍ ଅଫ୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ସାମିନେସନ(ସିଆଇଏସ୍ସିଇ) ଦ୍ବାରା ପରିଚାଳିତ ଦଶମ(ଆଇସିଏସ୍ଇ) ଓ ଦ୍ବାଦଶ(ଆଇଏସ୍ସି) ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଦଶମ ପରୀକ୍ଷା ଫେବ୍ରୁ୍ଆରି ୨୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରି ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ରେ ଶେଷ ହେବ। ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ସକାଳ ୯ଟାରେ ହୋମ ସାଇନ୍ସ ବିଷୟର ପରୀକ୍ଷା ରହିଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ପୂର୍ବାହ୍ନ ୧୧ଟାରେ ଇଂରାଜୀ ବିଷୟର ପରୀକ୍ଷା ରହିଥିବା ବିଜ୍ଞପ୍ତିରେ କୁହାଯାଇଛି। ମେ’ ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଓଡ଼ିଶାର ୯୦ରୁ ଅଧିକ ସ୍କୁଲର ପାଖାପଖି ୧୨ ହଜାର ଛାତ୍ରଛାତ୍ରୀ ଏଥର ଉଭୟ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି।
ଫେବ୍ରୁଆରି ୩ରୁ ଆଇଏସ୍ସି ପରୀକ୍ଷା
/sambad/media/post_attachments/wp-content/uploads/2019/12/sf5gh4sf4hsf56h4sf56h4sf56h.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)