ବରିଷ୍ଠ ଆଇଏଏସ୍‌ କ୍ରିଷନ କୁମାରଙ୍କ ମାତୃ ବିୟୋଗ

ପ୍ରଫେସର ୱହିଦ୍‌ଙ୍କ ପତ୍ନୀ ବିୟୋଗ

ଭୁବନେଶ୍ବର : ବରିଷ୍ଠ ଆଇଏଏସ୍‌ କ୍ରିଷନ କୁମାରଙ୍କ ମା’ ରାମ ମୂର୍ତ୍ତି ଦେବୀ ଗର୍ଗଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀମତୀ ଗର୍ଗଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ସାନ ପୁଅ କ୍ରିଷନ କୁମାର ଉପସ୍ଥିତ ଥିଲେ। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ସଂଧ୍ୟାରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଶ୍ରୀମତୀ ଗର୍ଗଙ୍କର ୩ପୁଅ ଓ ୪ଝିଅ ଅଛନ୍ତି।

ପ୍ରଫେସର ୱହିଦ୍‌ଙ୍କ ପତ୍ନୀ ବିୟୋଗ

ଭୁବନେଶ୍ବର : ପ୍ରଫେସର ଏମ୍‌.ଏ.ୱହିଦ୍‌ଙ୍କ ପତ୍ନୀ ଆଜୀବା ଖାତୁନ୍‌ ଗତ ୬ ତାରିଖରେ ଝାରସୁଗୁଡ଼ା ସମଲେଶ୍ବରୀ ହସ୍‌ପିଟାଲ୍‌ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଆସନ୍ତାକାଲି ୧୦ ଦିବସୀୟ କ୍ରିୟାକର୍ମମାନ ଅନୁଷ୍ଠିତ ହେବ। ସେ ଉତ୍କଳ ନବଜୀବନ ମଣ୍ଡଳର ବିଭିନ୍ନ ସେବା କାର୍ଯ୍ୟରେ ନିୟୋଜିତ ଥିଲେ। ସେ ଅତ୍ୟନ୍ତ ବନ୍ଧୁବତ୍ସଳା ଓ ପରୋପକାରିଣୀ ଥିଲେ। ତାଙ୍କ ମୃତ୍ୟୁରେ ଆତ୍ମୀୟ ସ୍ବଜନ, ବନ୍ଧୁବର୍ଗ ତଥା ମାଳତୀ ଆଶ୍ରମରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

ସମ୍ବନ୍ଧିତ ଖବର