ଆଇଏଏସ୍‌ ମନୋଜ ଆହୁଜା ହେଲେ ସିବିଏସ୍‌ଇ ଅଧ୍ୟକ୍ଷ, ଆରତୀ ଆହୁଜା କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଜାତୀୟ ଲାଲ୍‌ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିବା ମନୋଜ ଆହୁଜାଙ୍କୁ କେନ୍ଦ୍ର ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏ ନେଇ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ମଞ୍ଜୁରୀ ଦେଇଛି। ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ ଅଧୀନରେ ଅତିରିକ୍ତ ଶାସନ ସଚିବ ପାହ୍ୟାରେ କାର୍ଯ୍ୟ କରିବେ। ସେହିପରି ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଜାତୀୟ ଲାଲ୍‌ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିବା ଆରତୀ ଆହୁଜାଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅତିରିକ୍ତ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର