ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ବର : ଆଇଏଏସ୍‌ ଅଫିସର୍‌ ବିଜୟ କେତନ ଉପାଧ୍ୟାୟଙ୍କ ଉପରୁ ରାଜ୍ୟ ସରକାର ଆଜି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି। ୨୦୦୯ ବ୍ୟାଚ୍‌ର ଏହି ଅଫିସର୍‌ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ ରାଜ୍ୟ ସରକାର ଗତବର୍ଷ ଡିସେମ୍ବର ୩୦ ତାରିଖରେ ନିଲମ୍ବନ କରିଥିଲେ। ଏହି ନିଲମ୍ବନ ଆଦେଶ ଚଳିତ ମାସ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଛି। ତାଙ୍କୁ କଟକ ବୋର୍ଡ ଅଫ୍‌ ରେଭିନ୍ୟୁର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର