ବରିଷ୍ଠ ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କ ବଦଳିକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ବର : ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଥିବା ବରିଷ୍ଠ ଆଇଏଏସ୍‌ ମଧୁସୂଦନ ପାଢ଼ୀଙ୍କୁ ବଦଳି କରାଯାଇଛି। ଶ୍ରୀ ପାଢ଼ୀଙ୍କୁ କଟକସ୍ଥିତ ଜମିଜମା ରେକର୍ଡ଼ ଓ ବନ୍ଦୋବସ୍ତ କମିସନର ପଦବିରେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ବାଣିଜ୍ୟ ଓ ପରିବହନ ବିଭାଗ ଶାସନ ସଚିବ ତଥା କମିସନର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ଅବସ୍ଥାପିତ କରାଯାଇଛି। ଏ ନେଇ ଗତକାଲିଠୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଚାରିଆଡ଼େ ବୁଲୁଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ବିଜ୍ଞପ୍ତିକୁ ସରକାର ସ୍ଥଗିତ ରଖିଛନ୍ତି। ଶ୍ରୀ ପାଢ଼ୀଙ୍କୁ ନେଇ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ଉଠୁଛି ଯଦି ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିବା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି ତାହେଲେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା କିପରି ଓ ଏହା ବାହାରକୁ ଆସିଲା ବି କେମିତି? ଏବେ ଶ୍ରୀ ପାଢ଼ୀଙ୍କ ବଦଳି ସ୍ଥଗିତ ରହିବ ନା ନାହିଁ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର