ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି।
/sambad/media/post_attachments/wp-content/uploads/2019/10/lokseba-bhawan-1.jpg)
ସୂଚନାଯୋଗ୍ୟ, ରାଜ୍ୟ ସରକାର ନିକଟରେ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ଦାୟିତ୍ବ ଦେଇଥିଲେ। ୧୯୯୩ ବ୍ୟାଚର ଏହି ଆଇଏଏସ ଅଧିକାରୀ ପୂର୍ବରୁ ଶକ୍ତି ଓ ଅବକାରୀ ବିଭାଗରେ ସଚିବ ଓ ଗ୍ରୀଡକୋର ଅଧ୍ୟକ୍ଷ ଥିଲେ।
ସେହିପରି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ଭାବେ ଦାୟିତ୍ବ ମିଳିଛି। ତାଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଏସିଏସ୍ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ସଂଜୟ ସିଂଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଏବଂ ଜ୍ଞାନରଂଜନ ଦାସଙ୍କୁ ଓଏସ୍ଡିଏମ୍ଏର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/8c888b9f-e3ab-44fa-9910-e1ddd8d0cfcb.jpg)