ଉଚ୍ଚଶିକ୍ଷା ନିର୍ଦେଶକ ଓ ରାଉରକେଲା ଏଡିଏମ୍‌ ବଦଳିଲେ

ଭୁବନେଶ୍ବର : ଆଜି ଆଇଏଏସ୍‌ ଅଧିକାରୀ ସ୍ତରରେ ଛୋଟ ଧରଣର ବଦଳି ହୋଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏହି ବିଜ୍ଞପ୍ତି ଅନୁଯାୟୀ ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ବି. ପରମେଶ୍ବରନ୍‌ଙ୍କୁ ଉଚ୍ଚଶିକ୍ଷା ନିର୍ଦେଶକ ପଦବିରୁ ଅପସାରଣ କରି କଟକର ଭୂ-ରେକର୍ଡ ଏବଂ ସର୍ଭେ ଓ ବନ୍ଦୋବସ୍ତ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ତଥା ରାଉରକେଲା ଉନ୍ନୟନ କର୍ତୃପକ୍ଷ (ଆରଡିଏଏ)ର ନିର୍ଦେଶକ(ଅର୍ଥ) ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ମନୀଷା ବାନାର୍ଜୀଙ୍କୁ ଗୃହ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଛି। ତାଙ୍କ ସ୍ଥାନକୁ ବଣାଇଁ ଉପ ଜିଲ୍ଲାପାଳ ତଥା ୨୦୧୪ ବ୍ୟାଚ୍‌ର ଆଇଏଏସ୍‌ ଡ. ୟେଦୁଲା ବିଜୟଙ୍କୁ ବଦଳି ହୋଇଛନ୍ତି। ସେ ଆରଡିଏ ଅର୍ଥ ନିର୍ଦେଶକ ଅତିରିକ୍ତ ଦାୟିତ୍ବରେ ମଧ୍ୟ ରହିବେ।

ସମ୍ବନ୍ଧିତ ଖବର