ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ପେନସନ୍ ଅଭିଯୋଗ ବିଭାଗରେ ଓଏସଡି ଥିତା ବରିଷ୍ଠ ଅଧିକାରୀ ନୀତେନ ଚନ୍ଦ୍ରଙ୍କୁ ରାଜ୍ୟ ସର୍ବ ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଏହି ପଦବିକୁ ସରକାର ପ୍ରମୁଖ ଶାସନ ସଚିବ ପାହ୍ୟାକୁ ଉନ୍ନୀତ କରିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏହି ଦାୟିତ୍ବକୁ ଅତିରିକ୍ତ ଭାବେ ତୁଲାଉଥିଲେ।

୨୦୧୪ ବ୍ୟାଚ ଅଧିକାରୀ ତଥା ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଆଇଏଏସ୍ ଚଞ୍ଚଳ ରଣାଙ୍କୁ ମୟୂରଭଂଜ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଗଜପତି ଅତିରିକ୍ତ ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କୁ ରାଉରକେଲା ଏଡିଏମ୍ ଭାବେ ବଦଳି କରାଯାଇଛି। ୨୦୧୬ ବ୍ୟାଚ୍ ଆଇଏଏସ୍ ତଥା ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସ୍ବାସ୍ଥ୍ୟ ବିଭାଗର ଅନୁଶାସନ ସଚିବ ଭାବେ ନୂଆ ଦାୟିତ୍ବ ମିଳିଛି। ସେ ଜାତୀୟ ସ୍ବାସ୍ଥ୍ୟ ମିସନର ଓଏସଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ।

୨୦୧୭ ବ୍ୟାଚ ଆଇଏଏସ୍ ତଥା ଓମଫେଡ୍ ମୁଖ୍ୟ ମହାପ୍ରବନ୍ଧକ ସୋମେଶ କୁମାର ଉପାଧ୍ୟାୟ ହକି ପ୍ରମୋସନ କାଉନସିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ସେହି ବ୍ୟାଚର ଅଧିକାରୀ ତଥା ଓଡ଼ିଶା ଖଣି ନିଗମ କାର୍ଯ୍ୟନିର୍ବହୀ ନିର୍ଦେଶକ ପି ଅନ୍ବେଷା ରେଡ୍ଡିଙ୍କୁ ଅତିରିକ୍ତ ଭାବେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମର କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର