ସୁରେଶ ବଶିଷ୍ଠ କୃଷି ବିଭାଗ ସ୍ବତନ୍ତ୍ର ଶାସନ ସଚିବ
ପଞ୍ଚାୟତି ରାଜ ବିଭାଗ ନିର୍ଦ୍ଦେଶକ ପଦରେ ଗୁହା ପୁନମ୍ ତାପସ କୁମାର
ଭୁବେନଶ୍ବର : ଆଜି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ର ଡେପୁଟେସନ୍ରୁ ଫେରିବା ପରେ ୧୯୮୮ ବ୍ୟାଚ୍ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ବଶିଷ୍ଠ ଦାୟିତ୍ବ ନେବା ଦିନଠାରୁ କୃଷି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ପରିବହନ ବିଭାଗ ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା ଦାୟିତ୍ବମୁକ୍ତ ହେବେ। ସେହିପରି ୨୦୦୮ ମସିହା ବ୍ୟାଚ୍ ଆଇଏଏସ୍ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ଣ ଶାସନ ସଚିବ ଥିବା ଗୁହା ପୁନମ୍ ତାପସ କୁମାରଙ୍କୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/secretariate.jpg)