ଭୁବନେଶ୍ବର : ୨୦୦୭ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ବିଭାଗର ଅନୁସୂଚିତ ଜନଜାତି (ଏସ୍‌ଟି) ନିର୍ଦ୍ଦେଶକ ଥିବା ସଚିନ୍‌ ରାମଚନ୍ଦ୍ର ଯାଦବ ହେଲେ ନୂଆ ପର୍ଯ୍ୟଟନ ନିର୍ଦ୍ଦେଶକ। ତାଙ୍କ ସ୍ଥାନରେ ୨୦୦୮ବ୍ୟାଚ୍‌ ଆଇଏଏସ୍‌ ଅଫିସର ଗୁହା ପୁନମ୍‌ ତାପସ କୁମାରଙ୍କୁ ବଦଳି କରାଯାଇ ଏସ୍‌ଟି ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଗୁହା ପୁନମଙ୍କୁ ୩ ଦିନ ତଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ଶାସନ ସଚିବ ପଦରୁ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା। ଆଜି ପୁଣି ଏଥିରେ ପରିବର୍ତ୍ତନ କରାଯାଇଛି।

Advertisment

ଏମାନଙ୍କ ସମେତ ରାଜ୍ୟ ସରକାର ଆଜି ୬ ଜଣ ଆଇଏଏସ୍‌ ଅଧିକାରୀଙ୍କର ବିଭାଗ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ,୨୦୦୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା କଟକସ୍ଥିତ ଚକବନ୍ଦୀ ଓ ଭୂ-ବନ୍ଦୋବସ୍ତ ନିର୍ଦ୍ଦେଶକ ଥିବା ବି. ପରମେଶ୍ବରନ୍‌ଙ୍କୁ ବଦଳି କରାଯାଇ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଓ ଯୁଗ୍ମ ଶାସନ ସଚିବ ଭାବେ ଭାବେ ନିଯୁକ୍ତି ମିଳିଛି। ସେହିପରି ୨୦୦୮ ବ୍ୟାଚ୍‌ ଆଇଏଏସ୍‌ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ବୃନ୍ଦାବନ ବେହେରାଙ୍କୁ ବଦଳି କରାଯାଇ ଚକବନ୍ଦୀ ଓ ଭୂ-ବନ୍ଦୋବସ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ୨୦୧୨ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଏନ୍‌ଆର୍‌ଏଲ୍‌ଏମ୍‌ ନିର୍ଦ୍ଦେଶକ ଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଆଇଏଏସ୍‌ ତଥା ଶ୍ରମ ଓ ଇଏସ୍‌ଆଇ ବିଭାଗର ଯୁଗ୍ମ ଶାସନ ସଚିବ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।