ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ ଦେଲେ ସରକାର

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର | ପ୍ରଦର୍ଶନ ବୃଦ୍ଧି ପାଇଁ ଆଇଏଏସଙ୍କୁ ହସ୍ପିଟାଲ ସଂଯୋଜକ ଦାୟିତ୍ୱ ଦିଆଯାଇଛି | କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ୨ଟି ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି | ସେ ବାଲେଶ୍ୱର ଓ ବ୍ରହ୍ମପୁର ମେଡିକାଲ କଲେଜ କଥା ବୁଝିବେ |

ସେହିପରି ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ ଓ ବୁର୍ଲା ଭିମସାର ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି | ମୋନା ଶର୍ମାଙ୍କୁ ଯାଜପୁର ମେଡିକାଲ ଓ ରାଜକୁମାର ଶର୍ମାଙ୍କୁ କେନ୍ଦୁଝର ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁ ଗର୍ଗଙ୍କୁ ଅନୁଗୋଳ ମେଡିକାଲ କଲେଜ ଓ ହେମନ୍ତ ଶର୍ମାଙ୍କୁ ଭବାନୀପାଟଣା ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି |

ନିକୁଞ୍ଜ ଧଳଙ୍କୁ କନ୍ଧମାଳ ଓ ବଲାଙ୍ଗୀର ମେଡିକାଲ କଲେଜ ସହ ଅଶୋକ ମିନାଙ୍କୁ କୋରାପୁଟ ମେଡିକାଲ କଲେଜ ଓ ସୁରେନ୍ଦ୍ର କୁମାରଙ୍କୁ ବାରିପଦା ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି | କ୍ରିଷନ କୁମାରଙ୍କୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି |ଏଠାରେ ସୂଚନା ଥାଉ କି ରାଜ୍ୟ ସରକାର ‘ମୋ ସରକାର’ ଉପରେ ଗୁରୁତ୍ୱ ଦେଉଛନ୍ତି | ଥାନା ଓ ମେଡିକାଲରେ କିଭଳି ସୁବିଧା ମିଳୁଛି ତାହାର ତର୍ଜମା ମଧ୍ୟ କରୁଛନ୍ତି |

ସମ୍ବନ୍ଧିତ ଖବର