ଆଇଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ: ୧୭ ଜଣ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ସର୍ବ ଭାରତୀୟ ସେବା (ଆଇଏଏସ୍‌) ଅଫିସର ସ୍ତରରେ ବୁଧବାର ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବ ପାହ୍ୟାର ୧୭ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ ନିଜ ଦାୟିତ୍ୱ ସହ କେବିକେର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ମଧ୍ୟ ଗୃହ ବିଭାଗର ଦାୟିତ୍ୱରେ ରହିବେ।

ମୁଖ୍ୟ ପ୍ରଶାସକ ସୁଦର୍ଶନ ପାଲ୍‌ ଠାକୁର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ସହ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଇଲେକ୍ଟ୍ରୋନିକସ୍‌ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସି.କେ. ବେନୁଗୋପାଳ ରାଜସ୍ୱ ପର୍ଷଦ ସଭ୍ୟ ଭାବେ କଟକରେ ଅବସ୍ଥାପିତ ହୋଇଥିବା ବେଳେ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ନୀତିନ ଚନ୍ଦ୍ର ସାଧାରଣ ପ୍ରଶାସନ ବିଭାଗରେ ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ପାଇଛନ୍ତି।

ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂହଙ୍କୁ ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ରଂଜନା ଚୋପ୍ରା ଅନୁସୂଚତି ଜାତି ଓ ଉପଜାତି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଅବକାରୀ ବିଭାଗର ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ବାଣିଜ୍ୟ କର କମିସନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ବୀର ବିକ୍ରମ ଯାଦବ: ସହଯୋଗ ବିଭାଗରେ ଅତିରିକ୍ତ ଦାୟିତ୍ୱ
ଅରୁଣ ବୋଥ୍ରା: ସେସୁରେ ସିଇଓ
ଆର. ରଘୁ ପ୍ରସାଦ: ମତ୍ସପାଳନ ଓ ପ୍ରାଣୀସଂପଦ ବିଭାଗରେ କମିସନର
ବିଶାଳ ଗଗନ: ଜଳ ସଂପଦ ବିଭାଗରେ ସ୍ୱତନ୍ତ୍ର ସଚିବ
ଭାସ୍କର ଜ୍ୟୋତି ଶର୍ମା: ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗରେ କମିସନର
କ୍ରିଷନ କୁମାର: ପୂର୍ତ୍ତ ବିଭାଗରେ କମିସନର
ଅର୍ଚ୍ଚନା ପଟ୍ଟନାୟକ: ଉଠାଜଳ ସେଚନ ବିଭାଗରେ ସ୍ୱତନ୍ତ୍ର ସଚିବ
ସଚିନ ରାମଚନ୍ଦ୍ରନ ଯାଦବ: ଏସ୍‌ଟି ବିଭାଗରେ ନିର୍ଦ୍ଦେଶକ
ମହମ୍ମଦ ସିଦ୍ଦିକୀ ଆଲମ: ସିଏମ୍‌ଜିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ
ସୁରେନ୍ଦ୍ର କୁମାର ମୀନା: ପୂର୍ତ୍ତ ବିଭାଗରେ ଅତିରିକ୍ତ ସଚିବ ଦାୟିତ୍ୱ

ସମ୍ବନ୍ଧିତ ଖବର