ଆଇଏଏସ୍‌ ସ୍ତରରେ ଅଦଳ ବଦଳ: ସୁଶିଲ କୁମାର ଲୋହାନି ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜଳ ସଂପଦ ବିଭାଗ ସଚିବ ହେଲେ ସୁରେନ୍ଦ୍ର କୁମାର

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ସାଧାରଣ ପ୍ରଶାସନ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସୁରେନ୍ଦ୍ର କୁମାରଙ୍କୁ ଜଳ ସଂପଦ ବିଭାଗରେ ନିଯୁକ୍ତି ମିଳିଥିବା ବେଳେ ସୁଶିଲ କୁମାର ଲୋହାନି ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଛନ୍ତି। ସେହିପରି ସୋମେଶ ଉପାଧ୍ୟାୟଙ୍କୁ ଓମ୍ଫେଡ୍‌ ସିଜିଏମ୍‌, ପି.ଅନେଓ୍ଵଶ କୁମାର ରେଡ୍ଡୀଙ୍କୁ ଓଏମ୍‌ସି ଇଡି, ପାଟିଲ ଆଶିଷ ଈଶ୍ୱରଙ୍କୁ ଗ୍ରୀଡ଼କୋ ନିର୍ବାହୀ ନିର୍ଦ୍ଦେଶକ, ଦିବାକର ଟି.ଏସ୍‌ଙ୍କୁ ଓକାକ ଓଏସ୍‌ଡିରେ ଓ ହେମକାନ୍ତ ସାଇ ହେଲେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର