ଆଇଏଏସ୍ ସ୍ତରରେ ଅଦଳବଦଳ: ଯାଜପୁର ଜିଲ୍ଲାପାଳ ହେଲେ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ

ବଲାଙ୍ଗୀର ଜିଲ୍ଲାପାଳ ହେଲେ ପଂଚାୟତରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗରେ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପଂଚାୟତିରାଜ ବିଭାଗରେ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ମିଳିଛି । ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ ଜଳ ସଂପଦ ବଭାଗରେ ଉପ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ଅତିରିକ୍ତ ସଚିବ ପଦରେ ନିଯୁକ୍ତି ମିଳିଛି ।

ସେହିପରି ମୟୂରଭଂଜ ପିଡି ଡିଆରଡିଏ ଚଂଚଳ ରଣାଙ୍କୁ ବଲାଙ୍ଗୀର ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ, ଗଂଜାମ ପିଡି ଡିଆରଡିଏଙ୍କୁ ସିଦ୍ଧାର୍ଥ ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ, ମୟୂରଭଂଜ ଏଡିଏମ ସ୍ୱାଧା ଦେବ ସିଂହଙ୍କୁ ନୂଆପଡ଼ା ଜିଲ୍ଲାପାଳ, ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟଙ୍କୁ ଗଂଜାମ ପିଡି ଡିଆରଡିଏ, ଗୁଣପୁର ଉପଜିଲ୍ଲାପାଳ ସିଧେଶ୍ୱର ବାଲିରାମ ବୋନ୍ଦାରଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିସନର, ଗଂଜାମ ଓଏସଡି କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ, ଗଜପତି ଓଏସଡି ଜେ ସୋନାଲଙ୍କୁ ଗୁଣପୁର ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି ।

ସମ୍ବନ୍ଧିତ ଖବର