ଆଇଏଏସ୍‌ ସ୍ତରରେ ଅଦଳବଦଳ: କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ଅରବିନ୍ଦ ପାଢ଼ୀ, ମିଳିଲା କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀ ଓ ଅଶ୍ବଥୀ ଏସ୍‌ଙ୍କୁ ରାଜ୍ୟ ସରକାର ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ଏଥିସହ ତାଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ସେହପରି ଅଶ୍ବଥୀ ଏସ୍‌ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ରାଜ୍ୟ ସରକାର ବିଷ୍ଣପଦ ସେଠୀଙ୍କୁ ଉଚ୍ଚଶିକ୍ଷା ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବିଷ୍ଣୁପଦଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ସଂଜୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ  ଭାବେ ଅବସ୍ଥାପିତ କରାଯାଇଛି। ଏଥି ସହିତ ତାଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଓ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

ସମ୍ବନ୍ଧିତ ଖବର