ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ବିଶେଷ କରି ଜିଲ୍ଲାପାଳସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ପ୍ରାୟ୯ ଜଣ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି।
ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ କେ ଏସ ଚକ୍ରବର୍ତ୍ତୀଙ୍କୁ କୋରାପୁଟ୍ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।ସେହିପରି ବ୍ରହ୍ମପୁର ମହାନଗର ନିଗମର କମିସନର ଥିବା ନିଖିଲ ପବନଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିିବା ବେଳେ ଆଶିଷ ଥାକରେଙ୍କୁ କେନ୍ଦୁଝର,ତିରୁମାଲା ନାୟକଙ୍କୁ ବଲାଙ୍ଗୀର,ମନୀଷ ଅଗ୍ରଓ୍ଵାଲଙ୍କୁ ମାଲକାନଗିରି, ଅନୁପମ ଶାହଙ୍କୁ ଗଜପତି, ଅଜିତ ମିଶ୍ରଙ୍କୁ ନବରଙ୍ଗପୁର ଓ ରମେଶ ରାଉତଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ବାଲେଶ୍ୱର ଜିଲ୍ଲାପାଳ ଥିବା ପ୍ରମୋଦ ଦାସଙ୍କୁ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସୁଧାଂଶୁ ସାମଲଙ୍କୁ ହର୍ଟିକଲଚର ବିଭାଗର ନିର୍ଦ୍ଦେଶକଭାବେ ନିଯୁକ୍ତି ଦିଆ ଯାଇଥିିବା ବେଳେ ଅର୍ଚ୍ଚନା ପଟ୍ଟନାୟକଙ୍କୁ ମେଡିକାଲ କର୍ପୋରେସନ୍ର ପରିଚଳନା ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି। ରଶ୍ମିତା ପଣ୍ଡାଙ୍କୁ ରାଉରକେଲା ସ୍ମାର୍ଟ ସିଟିକୁ ବଦଳି କରାଯାଇଛି। ସେହିପରି ଏନଆରଏଚଏମ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି।
ଆଇଏଏସ ସ୍ତରରେ ବଡ଼ ଅଦଳବଦଳ
/sambad/media/post_attachments/wp-content/uploads/2018/01/Secretariat_Bhubaneswar_2-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)