ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବିମାନବନ୍ଦରରେ ଗତକାଲି ପରୀକ୍ଷାମୂଳକ ଭାବେ ବିମାନ ଉଡ଼ାଣ ହୋଇଛି। ଇଣ୍ଡିଆ ୱାନ ଏୟାରର ବିମାନ ଗତକାଲି ନନ ସିଡ୍ୟୁଲରେ ସକାଳ ୧୦ଟାରେ ଭୁବନେଶ୍ବରରୁ ଜୟପୁର ବିମାନବନ୍ଦରକୁ ଆସି ଅବତରଣ କରି ପୁଣି ଭୁବନେଶ୍ବର ଫେରିଯାଇଛି। ଏହାକୁ ନେଇ ଖୁସି ଜାହିର କରି ଟୁଇଟ୍ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଉଷା ପାଢ଼ୀ।
/sambad/media/post_attachments/wp-content/uploads/2022/08/usha-padhi.jpg)
ଶ୍ରୀମତୀ ପାଢ଼ୀ ତାଙ୍କ ଟୁଇଟ୍ରେ ଉଡ଼ାନ ଯୋଜନାରେ ଇଣ୍ଡିଆ ୱାନ୍ ଏୟାର ସାହାସିକ ପଦକ୍ଷେପ ନେଇ ଏହି ଉଡାଣ କରିଛି। ଆଶା ଆଗାମୀ ଦିନରେ ଜୟପୁର ଏୟାରପୋର୍ଟ ଲାଇସେନସ୍ ପାଇବ। ଏବଂ ପୁର୍ଣ୍ଣମାତ୍ରାରେ ଏଠାରୁ ବିମାନ ଚଳାଚଳ ହେବ। ରାଜ୍ୟସରକାର ଏହି ଉଡ଼ାନ ଯୋଜନାରେ ବିମାନ ଚଳାଚଳ ପାଇଁ ବ୍ୟାପକ ସହଯୋଗ କରି ଆସିଛନ୍ତି। ତେଣୁ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/jaypore-air-port-750x421-1.jpg)