ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: ଓଆର୍‌ଏଚଡିସି ଦୁର୍ନୀତି ମାମଲାରେ ସ୍ପେଶାଲ ଭିଜିଲାନ୍ସ ଅଦାଲତଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ସୋମବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଓଡ଼ିଶା ରୁରାଲ ହାଉସିଙ୍ଗ ଡେଭେଲପ୍‌ମେଣ୍ଟ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ଆଇଏଏସ୍‌ ବିନୋଦ କୁମାରଙ୍କ ଜାମିନ ଆବେଦନ ଅଗଷ୍ଟ ୧୦ ତାରିଖରେ ଶୁଣାଣି ହୋଇ ନପାରିବାରୁ ସେ ଜେଲ୍‌ ଯାଇଥିଲେ। ଏଥିସହ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଓଆର୍‌ଏଚଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ମଧ୍ୟ ହାଇକୋର୍ଟ ଜାମିନ୍‌ ଦେଇଛନ୍ତି।

୨୦୦୧ ମସିହାରେ ହୋଇଥିବା ବହୁ କୋଟି ଟଙ୍କାର  ଓ ଆର୍‌ଏଚଡିସି ଦୁର୍ନୀତି ମାମଲା ବିଚାର କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆଇଏଏସ୍‌ ବିନୋଦ କୁମାର ଓ ଅନ୍ୟ ୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ଦଣ୍ଡ ଓ ଜରିମାନା କରିଥିଲେ।

ସମ୍ବନ୍ଧିତ ଖବର