ଓଆରଏଚଡିସି ଦୁର୍ନୀତି ମାମଲା: ପୂର୍ବତନ ଆଇଏଏସ୍‌ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ

ଭୁବନେଶ୍ବର: ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ (ଓଆରଏଚଡିସି) ଦୁର୍ନୀତି ମାମଲାରେ ସୋମବାର ଭିଜିଲାନ୍ସ କୋର୍ଟରେ ଦଣ୍ଡାଦେଶ ହୋଇଛି। ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ୬ ମାସ ଲେଖାଁଏ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଆଇଏଏସ୍‌ ବିନୋଦ କୁମାର ୨୦୦୦-୦୧ରେ  ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ। ତାଙ୍କ ସହ ସ୍ୱସ୍ତିରଞ୍ଜନ ମହାପାତ୍ର, ଉମେଶ ଚନ୍ଦ୍ର ସ୍ୱାଇଁ, ରଶ୍ମି ପଟ୍ଟନାୟକ ଓ ରତନ କୁମାର ସାହୁଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ବିନୋଦ କୁମାର ପୂର୍ବରୁ ୬ ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି।

ସମ୍ବନ୍ଧିତ ଖବର