କଟକ: ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ନିଗମ( ଓଆରଏଚଡିସି) ଦୁର୍ନତୀ ମାମଲରେ ଏହାର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତଥା ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ମୋଟ୍ ୪ ଜଣ କର୍ମଚାରୀଙ୍କୁ ଆଜି ହାଇକୋର୍ଟଙ୍କ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖର .ହେବା ସହିତ ସେହିଦିନ ରାୟ ପ୍ରକାଶ ପାଇବ। ତେଣୁ ୧୯ ତାରିଖ ଦିନ ଚୁଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ବିନୋଦ କୁମାର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ରାୟ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଓଆରଏଚଡିସି ଦୁର୍ନୀତି ମାମଲାରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର (ଆଇଏଏସ), ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସ , ଆକାଉଣ୍ଟାଣ୍ଟ ପ୍ରଦୀପ ରାଉତ ଓ ଚିତ୍ତରଞ୍ଜନ ମଲ୍ଲିକଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ। ଏହି ପ୍ରସଙ୍ଗରେ ଉପରୋକ୍ତ ୪ ଜଣ ହାଇକୋର୍ଟରେ ଆବେଦନ କରିଥିଲେ। ଆଜି ହାଇକୋର୍ଟର ବିଚାରପତି ଜଷ୍ଟିସ ଜେପି ଦାସଙ୍କ ବେଞ୍ଚରେ ଏହିି ମାମଲାର ଶୁଣାଣି ହୋଇଥିଲା। ଜଷ୍ଟିସ ଦାସ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ସହିତ ଏହାର ଚୁଡ଼ାନ୍ତ ରାୟ ୧୯ ତାରିଖରେ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/High-Court_Odisha.jpg)