ଓଡ଼ିଶାରେ ‘#ଆଇକ୍ୟାନ୍‌୧୯’ ଅଭିଯାନ : ‘ହିନ୍ଦୁ ନା ମୁସ୍‌ଲ୍‌ମାନ୍‌, ବାସ୍‌ କିଷାନ-ନୌଯବାନ’

ଭୁବନେଶ୍ବର : ଓଡ଼ିଶାରେ ‘ଇଣ୍ଡିଆନ୍‌ ସିଟିଜେନ୍‌ସ ଆକ୍ସନ ଫର୍‌ ନେସନ୍‌ ୨୦୧୯ (#ଆଇ କ୍ୟାନ୍‌ ୧୯) ଭଳି ଏକ ଅଭିନବ ନାଗରିକ ଅଭିଯାନର ଆରମ୍ଭ କରାଯାଇଛି। ଦଳମତ ନିର୍ବିଶେଷରେ ନିର୍ବାଚନ ପ୍ରକ୍ରିୟାରେ ସବୁ ନାଗରିକଙ୍କ ଅଂଶଗ୍ରହଣ ପାଇଁ ସୁଯୋଗ ଦେବା ଲାଗି ଏହି ଅଭିଯାନ ଆରମ୍ଭ କରାଯାଇଛି। ସ୍ବରାଜ ଇଣ୍ଡିଆ ପାର୍ଟିର ସଭାପତି ତଥା ଜଣାଶୁଣା ସମ୍ଭକାର ଯୋଗେନ୍ଦ୍ର ଯାଦବ ଆଜି ଏହା ଘୋଷଣା କରିଛନ୍ତି। ଇତ୍ୟବସରରେ, ଶ୍ରୀ ଯାଦବ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବ‌ାଚନରେ ‘ସ୍ବରାଜ ଇଣ୍ଡିଆ’ ପ୍ରାର୍ଥୀ ଦେବ ନାହିଁ କିନ୍ତୁ ‘# ଆଇକ୍ୟାନ୍‌ ୧୯’ ଅଭିଯାନକୁ ବ୍ୟାପକ କରିବ।

ଆଜି ‘# ଆଇକ୍ୟାନ୍‌ ୧୯’ କାର୍ଯ୍ୟକ୍ରମ ପାଇଁ ଶ୍ରୀ ଯାଦବ ଭୁବନେଶ୍ବର ଗସ୍ତରେ ଆସିଥିଲେ। ଏ ସମ୍ପର୍କରେ ସୂଚନା ପ୍ରଦାନ କରି ସେ କହିଥିଲେ ଯେ, ‘ ନିର୍ବାଚନ ପୂର୍ବରୁ ‘# ଆଇକ୍ୟାନ୍‌ ୧୯’ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନା ସୃଷ୍ଟି କରାଯାଉଛି, ଯେଉଁଥିରେ ସାଧାରଣ ଲୋକଙ୍କ ପ୍ରାର୍ଥୀ ଚୟନରେ ଭୂମିକା ରହିବ।’ ଏହି ଉଦ୍ଦେଶ୍ୟରେ ‘# ଆଇକ୍ୟାନ୍‌ ୧୯’ ର ପରିକଳ୍ପନା। ଏଥି‌େର ଦଳମତ ନିର୍ବିଶେଷରେ ବୁଦ୍ଧିଜୀବୀ ଓ ସମାଜର ସବୁବର୍ଗର ଲୋକେ ସାମିଲ୍‌ ହୋଇପାରିବେ।

କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶ୍ରୀ ଯାଦବ ‘ସମ୍ବାଦ’କୁ କହିଥିଲେ ଯେ, ନିର୍ବାଚନରେ ସ୍ବରାଜ ଇଣ୍ଡିଆ ପ୍ରାର୍ଥୀ ଦେବ ନାର୍ହି। ମାତ୍ର, ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଉପରେ ଉପରେ ଗୁରୁତ୍ବ ଦେବ। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ସାଧାର‌ଣ ଲୋକଙ୍କ ସମସ୍ୟା ଆଧାରିତ ପ୍ରସଙ୍ଗ ଉପରେ ଭୋଟରଙ୍କ ମତକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବ।

ଏହି ପ୍ରସଙ୍ଗକୁ ଆଧାର କରି ଦଳମତ ନିର୍ବିଶେଷରେ ସୀମିତ ସ୍ଥାନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ଚୟନ କରାଯିବ ଓ ସମର୍ଥନ କରାଯିବ। ପ୍ରାର୍ଥୀ ଚୟନ ପାଇଁ ଏକ ବିଶେଷଜ୍ଞ କମିଟି ଦ୍ବାରା ବଛାବଛା ଆସନ ପାଇଁ ପ୍ରାର୍ଥୀ ମନୋନୀତ କରାଯିବ। ଏହି ପ୍ରାର୍ଥୀମାନଙ୍କୁ ସମର୍ଥନ କରିବା ପାଇଁ ସବୁ ରାଜନୈତିକ ଦଳଙ୍କୁ ମଧ୍ୟ ନିବେଦନ କରାଯିବ।

ଅଭିଯାନର ଏକମାତ୍ର ସ୍ଲୋଗାନ ହେଉଛି : ‘ହିନ୍ଦୁ ନା ମୁସ୍‌ଲ୍‌ମାନ୍‌, ବାସ୍‌ କିଷାନ-ନୌଯବାନ’। ଚାଷୀ ଓ ଯୁବବର୍ଗଙ୍କ ସମସ୍ୟା ପ୍ରାଧାନ୍ୟ ପାଇବ। ହିନ୍ଦୁ, ମୁସଲ୍‌ମାନ ଭଳି ସାମ୍ପ୍ରଦାୟିକ ପ୍ରସଙ୍ଗ ଦେଶକୁ ପଛକୁ ନେବ ମାତ୍ର ଚାଷୀ , ଯୁବବର୍ଗଙ୍କ ସମସ୍ୟା ସମାଧାନ ହେଲେ ଦେଶ ଆଗକୁ ବଢ଼ିବ ବୋଲି ସେ କହଥିଲେ।

ଏହି ଅବସରରେ ଶ୍ରୀ ଯାଦବ ଚାଷୀ ଓ ଚାଷ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମୁଖ୍ୟ ବିରୋଧୀ କଂଗ୍ରେସକୁ ମଧ୍ୟ ସେ ଚାଷୀଙ୍କ ସସସ୍ୟା ନେଇ ଆନ୍ତରିକତା ନଥିବା ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ଦୀର୍ଘ ୩୦ ବର୍ଷ ପରେ ଚାଷୀ ଓ ଚାଷ ପ୍ରସଙ୍ଗ ଜାତୀୟ ରାଜନୀତିର ମଞ୍ଚରେ କେନ୍ଦ୍ର ସ୍ଥାନ ଅଧିକାର କରିଛି। ୧୯୮୮ ମସିହାରେ ଶରଦ ଯୋଶୀ ଓ ଅନ୍ୟମାନେ ଆରମ୍ଭ କରିଥିବା ଏହି ରାଜନୈତିକ ଧାରା ସହିତ ସମସ୍ତେ ଯୋଡ଼ି ହୋଇଯାଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ରର କ୍ଷମତାସୀନ ବଜେପି ସରକାର କେବଳ କଥା କହୁଛନ୍ତି। କାମ କିନ୍ତୁ କିଛି ନାହିଁ।

ସେହିଭଳି. ଓଡ଼ିଶାର ‘କାଳିଆ’ ସମ୍ପର୍କ‌େର ନିଜ ପ୍ରତିକ୍ରିୟାରେ ଶ୍ରୀ ଯାଦବ କହିଥିଲେ ‌େଯ, ଏହି ଯୋଜନା ଭଲ କି ଖରାପ କହିପାରିବେ ନାହିଁ। ମାତ୍ର, ୧୮ ବର୍ଷର ଶାସନ ପରେ କାହିଁକି ଏହିଭଳି ଯୋଜନା ସମ୍ପର୍କରେ ମନେ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଏବେ ଚାଷୀ କଥା ଉଠାଉଛି। କିନ୍ତୁ, ଗତ ୫ ବର୍ଷ ଧରି ଚାଷୀଙ୍କ ଆନ୍ଦୋଳନରେ ଚାଷୀ ସାମିଲ୍‌ ହେଉନାହିଁ କାହିଁକି? ଅସଲ କଥା ହେଲା କୌଣସି ରାଜନୈତିକ ଦଳର ଚାଷୀଙ୍କ ପ୍ରତି ଦରଦ ନାହିଁ କି ସେମାନଙ୍କ ସମସ୍ୟାର ସମାଧାନ ଲାଗି ଆନ୍ତରିକତା ନାହିଁ। ଚାଷୀ ସମସ୍ୟା ଉପରେ ବୟାନବାଜି କରି, ଚାଷୀଙ୍କୁ ଭୁତେଇ ସେମାନେ ଭୋଟ ଅମଳର ଫିକରରେ ଅଛନ୍ତି। ରାଜନୀତିର ଏହ ଧାରା ବଦଳାଇବା ‘# ଆଇକ୍ୟାନ୍‌ ୧୯’ ର ଲକ୍ଷ୍ୟ ବୋଲି ଶ୍ରୀ ଯାଦବ କହିଛନ୍ତି।

ସମ୍ବନ୍ଧିତ ଖବର