ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି । ସରକାର ସର୍ବସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛନ୍ତି । କରୋନା ସଂକ୍ରମିତ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଇକ୍ମୋ ମେସିନ ପ୍ରତିଷ୍ଠା କରୁଛନ୍ତି । କେବଳ କଟକରେ ୯ଟି ଇକମୋ ମେସିନ କାର୍ଯ୍ୟକ୍ଷମ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ଡିଏମ୍ଇଟି ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତକାଲି ଏସ୍ସିବିକୁ ଗୋଟିଏ ଇକମୋ ମେସିନ ଆସି ପହଂଚିଛି । ବାକୁ ସବୁ ଜୁଲାଇ ଶେଷ ସୁଦ୍ଧା ଆସି ପହଂଚିବ । ଅଗଷ୍ଟ ୧୫ରେ ଏଗୁଡ଼ିକ ପୁରା କାର୍ଯ୍ୟକ୍ଷମ ହୋଇଯିବ । ଏହି ମେସିନ ପରିଚାଳନା ପାଇଁ ଟ୍ରେନିଂ ଚାଲିଛି ଓ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/ICMO.jpg)