ଏପ୍ରିଲ ଶେଷ ସପ୍ତାହରେ ଆ‌ଇସିଏସ୍‌ସି, ଆଇଏସ୍‌ସି ପରୀକ୍ଷା

ଭୁବନେଶ୍ବର : କାଉନ୍‌ସିଲ୍ ଫର୍ ଇଣ୍ଡିଆ‌ନ୍ ସ୍କୁଲ୍‌ ସାର୍ଟିଫିକେଟ୍ ଏକ୍‌ଜାମିନେସନ୍ (ସିଆ‌ଇଏସ୍‌ସିଇ) ପକ୍ଷରୁ ଏପ୍ରିଲ୍ ଶେଷ ସପ୍ତାହରେ ଆ‌ଇସିଏସ୍‌ସି (ଦଶମ) ଓ ଆ‌ଇଏସ୍‌ସି (ଦ୍ୱାଦଶ) ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସିଆ‌ଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ସଂପୂର୍ଣ୍ଣ ସିଲାବସ୍ ଶେଷ ନହେବା ପର୍ଯ୍ୟନ୍ତ ପ୍ରି-ବୋର୍ଡ ପରୀକ୍ଷା ନକରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆ‌ଯାଇଛି। ସୂଚନାଯୋଗ୍ୟ, ଆ‌ସନ୍ତା ମାର୍ଚ୍ଚ ଓ ଏପ୍ରିଲ୍ ମଧ୍ୟରେ ପ୍ରି-ବୋର୍ଡ ପରୀକ୍ଷା ହେବାର ଯୋଜନା ଥିଲା। କିନ୍ତୁ କରୋନା ପାଇଁ ସିଲାବସ୍ ପଛେଇଛି। ଏହାସହ ଛାତ୍ରଛାତ୍ରୀଙ୍କ ରିଭିଜନ୍‌ ମଧ୍ୟ ହୋଇନାହିଁ। ତେଣୁ ସିଲାବସ୍ ରିଭିଜନ୍ ହେବା ପରେ ହିଁ ପ୍ରି-ବୋର୍ଡ ପରୀକ୍ଷା କରିବାକୁ ସ୍କୁଲଗୁଡ଼ିକୁ ସିଆ‌ଇଏସ୍‌ସିଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର