ସମ୍ବଲପୁର: ଆଇସିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ସମ୍ବଲପୁରର ସେଣ୍ଟ ଯୋଶେଫ୍ କନ୍ଭେଣ୍ଟ ସ୍କୁଲ୍କୁ ଏଥିରେ ଶତପ୍ରତିଶତ ସଫଳତା ମିଳିଛି। ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବିଜ୍ଞାନରେ ଆଦିତ୍ୟ ଅମ୍ଳାନ ପଣ୍ଡା ୯୭.୨୫% ନମ୍ବର ରଖି ଶୀର୍ଷରେ ରହିଥିବା ବେଳେ ୯୩% ସହ ସ୍ବପ୍ନିଲ୍ ରାୟ ଦ୍ବିତୀୟ ଏବଂ ୯୦.୫୦ % ସହ ଶିଭମ୍ ଅର୍ପଣ ବେହେରା ତୃତୀୟ ସ୍ଥାନରେ ରହିଛନ୍ତି। ସେଭଳି ବାଣିଜ୍ୟରେ ୮୫% ସହ ଚନ୍ଦନ ଗୁପ୍ତା ପ୍ରଥମ ହୋଇଥିବା ବେଳେ ହର୍ଷ ବଧ୍ବାନି ୮୦% ରଖି ଦ୍ବିତୀୟରେ ଏବଂ ୭୮% ସହ ବଂଶ୍ ଗିରଧର ତୃତୀୟ ସ୍ଥାନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/21-18.jpg)