ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ରେଜଲ୍ଟ,: ବାଜି ମାରିଲା ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲ

୯୯.୨% ନମ୍ବର ରଖି ସାଇକୃଷ୍ଣ ଜିଲ୍ଲାର ଆଗରେ

ରାଉରକେଲା: ଆଜି ଆଇସିଏସ୍‌ଇ ୧୦ମ ପରୀକ୍ଷା ଫଳ ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ବାଜିମାତ ମାରିଛି ସ୍ମାର୍ଟସିଟି ରାଉରକେଲାର ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲ। ୯୯.୨% ନମ୍ବର ରଖି ସାଇକୃଷ୍ଣ ଜିଲ୍ଲାରେ ଆଗରେ ରହିଛନ୍ତି। ୯୯ % ନମ୍ବର ରଖି ପୁଲକ ରଞ୍ଜନ ମଲ୍ଲିକ ଓ ସୁବର୍ଣ୍ଣିକା ପଣ୍ଡା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ୯୮.୬% ନମ୍ବର ରଖି କୌସିକ ମହାନ୍ତି ତୃତୀୟ ସ୍ଥାନରେ ରହିଛନ୍ତି। ସ୍କୁଲର ୫୪ ବିଦ୍ୟାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୨୭ରୁ ଅଧିକ ବିଦ୍ୟାର୍ଥୀ ୮୦%ରୁ ଅଧିକ, ୨୪ ବିଦ୍ୟାର୍ଥୀ ୭୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ଚଳିତ ଥର ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଅଧ୍ୟକ୍ଷ ଓ ଶିକ୍ଷକଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି।

ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲ : ଛେଣ୍ଡ କଲୋନିସ୍ଥ ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲରେ ପରୀକ୍ଷା ଦେଇଥିବା ୨୦୧ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୭୦ ବିଦ୍ୟାର୍ଥୀ ୯୦%ରୁ ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି। ୬୬ ବିଦ୍ୟାର୍ଥୀ ୮୦%ରୁ ଅଧିକ ନମ୍ବର ପାଇଛନ୍ତି। ମଳୟ ଧଳ ୯୮.୮% ନମ୍ବର ରଖି ସ୍କୁଲର ଟପ୍ପର ହୋଇଛନ୍ତି। ସାର୍ଥକ ମିଶ୍ର ୯୮.୬% ନମ୍ବର ରଖି ଦ୍ବିତୀୟ, ପ୍ରଜାକ୍ତା ସାହୁ ୯୮.୨% ନମ୍ବର ରଖି ତୃତୀୟ ସ୍ଥାନର ରହିଛନ୍ତି। ସ୍କୁଲର ଶ୍ରେଷ୍ଠ ୧୦ ବିଦ୍ୟାର୍ଥୀଙ୍କ ମଧ୍ୟରେ ସଞ୍ଚିତା ବୋଷ, ଅଙ୍କିତ ସାହୁ, ଇପ୍‌ସିତା ମହାନ୍ତି, ପାର୍ଥ ପ୍ରତୀମ ସାମନ୍ତ, ସ୍ବାଭିମାନ ମହାନ୍ତି, ଅର୍ପିତା ପ୍ରିୟର୍ଶିନୀଙ୍କୁ ୯୮% ନମ୍ବର ମିଳିଛି। ନିକିତା ପଣ୍ଡା, ପ୍ରିୟବ୍ରତ ନାୟକ, ବିଶ୍ବଜିତ୍‌ ନାରାୟଣଙ୍କୁ ୯୭.୮%, ପ୍ରିନ୍ସ ମିଶ୍ରଙ୍କୁ ୯୭.୬%, ଦିପ୍ତେଶ ସାହୁ, ପୀୟୁଷ କେଡିଆ, ଆଦିତ୍ୟ ପାଢ଼ୀଙ୍କୁ ୯୪.୪% ନମ୍ବର ମିଳିଛି। ସ୍କୁଲର ୬୬ ବିଦ୍ୟାର୍ଥୀ ୮୦%ରୁ ଅଧିକ ନମ୍ବର ରଖିଛନ୍ତି।

ସେଣ୍ଟ ପଲ୍‌ସ ସ୍କୁଲ : ସେକ୍ଟର-୧୯ ହମିରପୁରସ୍ଥ ସେଣ୍ଟ ପଲ୍‌ସ ସ୍କୁଲର ୧୭୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୬ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ପାଇଛନ୍ତି। ସାଶ୍ବତ କୁମାର ପୃଷ୍ଟିଙ୍କୁ ୯୮.୮୦%, ମହମ୍ମଦ ସମୀର ଖାଁଙ୍କୁ ୯୮.୬% ନମ୍ବର ମିଳିଛି। ଅଙ୍କିତ କୁମାର ଜେନା ୯୮.୨% ନମ୍ବର ପାଇଁ ତୃ୍ତୀୟ ସ୍ଥାନରେ ରହିଛନ୍ତି। ବିପିନ କୁମାର ଦେହରିଆ ୯୮% ପାଇ ସ୍କୁଲରେ ତୃତୀୟ ସ୍ଥାନରେ ରହିଛନ୍ତି। ୪୮ ଛାତ୍ରଛାତ୍ରୀ ୮୦%ରୁ ଅଧିକ, ୩୬ ଛାତ୍ରଛାତ୍ରୀ ୭୦%ରୁ ଅଧିକ ଓ ୧୮ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି। ଚଳିତ ଥର ସ୍କୁଲର ଶତପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଗୁରୁ ନାନକ ପବ୍ଲିକ ସ୍କୁଲ : ଷ୍ଟେସନରୋଡସ୍ଥ ଗୁରୁ ନାନକ ପବ୍ଲିକ ସ୍କୁଲର ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସ୍କୁଲର ମୋଟ ୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୧ ଛାତ୍ରୀ ଓ ୯ ଛାତ୍ର ରହିଛନ୍ତି।

ସେଣ୍ଟ ଗ୍ରେଗୋରିୟସ୍‌ ସ୍କୁଲ : କଲୁଙ୍ଗାସ୍ଥ ସେଣ୍ଟ ଗ୍ରେଗୋରିୟସ ସ୍କୁଲରେ ମୋଟ ୧୬୯ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁଚ ୧୬ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୯୬% ନମ୍ବର ରଖି ଆଦିତ୍ୟ ତରଫଦାର ସ୍କୁଲର ଟପ୍ପର ହୋଇଛନ୍ତି। ୯୫.୪% ନମ୍ବର ରଖି ସିଦାର୍ତୁଲ ମୁଣ୍ଡାହ ଦ୍ବିତୀୟ, ୯୩.୨% ନମ୍ବର ରଖି ମୁକ୍ତି କୁମାରୀ ତୃତୀୟ, ୯୩% ନମ୍ବର ରଖି ଫରହାନ୍‌ ଅଲ୍ଲୀ ଚତୁର୍ଥ ସ୍ଥାନରେ ରହିଛନ୍ତି। ରୋହିତ କୁମାର ଗୁପ୍ତା, ସୁରଜ ସାହୁ, ପ୍ରଦୀକ କୁମାର ସିଂ ୯୨% ଲେଖାଏଁ ନମ୍ବର ରଖି ସ୍କୁଲର ପଞ୍ଚମ ସ୍ଥାନରେ ରହିଛନ୍ତି।

ଡିସୁଜା ଇଂରାଜୀ ମାଧ୍ୟମ ସ୍କୁଲ : ସେକ୍ଟର-୨ସ୍ଥ ଡିସୁଜା ଇଂରାଜୀ ମାଧ୍ୟମ ସ୍କୁଲର ପରୀକ୍ଷା ଦେଇଥିବା ୭୭ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୬.୬% ନମ୍ବର ରଖି ତନିଷା ମହତୋ ସ୍କୁଲର ଟପ୍ପର ହୋଇଛନ୍ତି। ୯୪.୪% ନମ୍ବର ରଖି ସ୍ବେତା ପାଣ୍ଡେ ଦ୍ବିତୀୟ, ୯୩.୬% ନମ୍ବର ରଖି ବକାଶ ଅରିଜ ତୃତୀୟ ସ୍ଥାନରେ ରହିଛନ୍ତି। ୯୩% ନମ୍ବର ରଖି ବୈଭବ ଚତୁର୍ଥ, ୯୦.୪% ନମ୍ବର ରଖି ‌ରୌନକ ରାଜୁକା ପଞ୍ଚମ ଓ ୯୦.୨% ନମ୍ବର ରଖି ପ୍ରସନ୍ନ ଝା ୬ଷ୍ଠ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର