ଆଇସିଏସ୍‌ଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : କାଉନସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସିର୍ଟିଫିକେଟ୍‌ ଏକ୍ଜାମିନେସନ୍‌(ସିଆଇଏସ୍‌ସିଇ) ଅଧୀନ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ(ଆଇସିଏସ୍‌ଇ) ପରୀକ୍ଷା ଆଜିଠାରୁ ଆରମ୍ଭ ହେବ। ପ୍ରଥମ ଦିନ ଇଂରାଜୀ ପେପର୍‌-୧ ବିଷୟର ପରୀକ୍ଷା ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଥିବା ବେଳେ ଏହାର ଏକ ଘଣ୍ଟା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯାଇଥିଲା। ଯାଞ୍ଚ କରାଯିବା ସହ ସମସ୍ତ ପରୀକ୍ଷା ହଲ୍‌ରେ ସିସିଟିଭି ଲଗାଯାଇ ପରୀକ୍ଷା ପରିଚାଳିତ ହୋଇଥିଲା। ଓଡ଼ିଶାର ୯୭ଟି ବିଦ୍ୟାଳୟର ପ୍ରାୟ ୭ ହଜାର ପରୀକ୍ଷାର୍ଥୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଦୁଇ ଘଣ୍ଟା ଧରି ପରୀକ୍ଷା ଦେବା ପରେ ପରୀକ୍ଷାର୍ଥୀ କେନ୍ଦ୍ରକୁ ବାହାରି ଖୁସି ବ୍ୟକ୍ତ କରିଛନ୍ତି। ପ୍ରଥମ ଦିନ ଭଲ ପ୍ରଶ୍ନ ଆସିଥିବାରୁ ପରୀକ୍ଷାରେ ଭଲ ମାର୍କ ରହିବ ବୋଲି ପରୀକ୍ଷାର୍ଥୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର