ଆଇସିଏସ୍‌ଇ ପାଠ୍ୟକ୍ରମ ୨୫% କମିବ

ଭୁବନେଶ୍ବର : କରୋନା ମହାମାରୀ ପାଇଁ ୨୦୨୦-୨୧ ଶିକ୍ଷାବର୍ଷ ନିମନ୍ତେ ସିଆଇଏସ୍‌ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମକୁ ୨୫ ପ୍ରତିଶତ ହ୍ରାସ କରାଯିବ। ପାଖାପାଖି ୪ ମାସର ପାଠପଢ଼ା ବ୍ୟାହତ ହୋଇଛି। ଆଉ କେତେ ଦିନ ଏଭଳି ସ୍ଥିତି ଲାଗି ରହିବ, ତାହା ବି କହିବା ମୁସ୍କିଲ୍‌। ତେଣୁ ପାଠପଢ଼ା ସମୟରେ ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ(ଦଶମ) ଓ ଆଇଏସସି(ଦ୍ବାଦଶ) ଶ୍ରେଣୀର ପ୍ରମୁଖ ବିଷୟଗୁଡ଼ିକର ପାଠ୍ୟକ୍ରମକୁ କମାଇବା ପାଇଁ ବୋର୍ଡ ପକ୍ଷରୁ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯାଇଛି। ଅନ୍ୟ ଶ୍ରେଣୀଗୁଡ଼ିକରେ ପଢ଼ାଯାଉଥିବା ବିଷୟବସ୍ତୁକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀର ପାଠ୍ୟକ୍ରମକୁ କମାଯାଇଛି। ଏଥିସହ କରୋନା ପରିପ୍ରେକ୍ଷୀରେ ଦଶମ ଓ ଦ୍ବାଦଶ ଶ୍ରେଣୀର ବାତିଲ ହୋଇଥିବା ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ କେମିତି ନମ୍ବର ପ୍ରଦାନ କରାଯିବ ସେ ସଂକ୍ରାନ୍ତ ସ୍କିମ୍ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର