ଆଇସିୟୁରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା: ରାଜ୍ୟରେ ୨୩ତାରିଖରେ ୨୬% ଥିବା ବେଳେ ୨୪ରେ ୩୫% ରୋଗୀ ଅଛନ୍ତି

ଭୁବନେଶ୍ବର: ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖାଯାଇଛି। ଆଇସିୟୁରେ ୨୩ତାରିଖରେ ୨୬% କରୋନା ରୋଗୀ ଥିବା ବେଳେ ୨୪ ତାରିଖରେ ୩୫% ରୋଗୀ ଅଛନ୍ତି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଛି।

ଘରୋଇ ଡାକ୍ତାଖାନାର ଆଇସିୟୁରେ ୧୭୬୮ଶଯ୍ୟା ରହିଥିବା ‌ବେଳେ ଏପର୍ଯ୍ୟନ୍ତ ୬୯୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ସରକାରୀ ଡାକ୍ତାଖାନାର ଆଇସିୟୁରେ ୬୬୭ ଶଯ୍ୟା ରହିଥିବା ‌ବେଳେ ଏପର୍ଯ୍ୟନ୍ତ ୧୭୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି। ‌ଅନ୍ୟପକ୍ଷରେ ଜେନେରାଲ ବେଡ୍ ୯୯୧୨ଥବା ବେଳେ ରୋଗୀ ଅଛନ୍ତି ୨୧୯୮। ଏହା ସହ ୮୦୪ଟି ଭେଣ୍ଟିଲେଟର ଶଯ୍ୟା ଥିବା ବେଳେ ୧୪୫ଜଣ ରୋଗୀ ଏଠାରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟରେ ଏବେ କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୬୧୧୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ୩୦ଜିଲ୍ଲାରୁ ୧୮ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହା ସହ ଗତ ୨୩ଦିନରେ ୬୬,୪୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୫ ଏବଂ ନୂଆପଡ଼ାରୁ ୪୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର